Saturday, May 17, 2025
25.1 C
Odisha

    ଭାରତର ଆକ୍ରମଣରେ ଜୈସ ମୁଖ୍ୟ ରୌଫ ଆଝାର ମୃତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ମଇ ୭ ରାତିରେ ପାକିସ୍ତାନ ଉପରେ ଭାରତ କରିଥିବା ସାମରିକ କାର୍ଯ୍ୟାନୁଷ୍ଠାନରେ ଭାରତର ମୋଷ୍ଟ ଓ୍ବାଣ୍ଟେଡ୍ ଆତଙ୍କବାଦୀ ତଥା ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦର ପ୍ରତିଷ୍ଠାତା ମାସୁଦ ଆଝାରର ପରିବାର ସଫା ହୋଇଯାଇଛି । ଆଝାର ପରିବାରର ମୋଟ ୧୦ ଜଣ ସଦସ୍ୟ ମୃତ୍ୟୁବରଣ କରିଛନ୍ତି। ସେମାନଙ୍କ ମଧ୍ୟରେ ରହିଛି ମାସୁଦର ଭାଇ ରୌଫ ଆଝାର । ମାସୁଦ ଆଝାର ପରି ରୌଫ ଆଝାର ମଧ୍ୟ ଜଣେ କୁଖ୍ୟାତ ଅନ୍ତର୍ଜାତୀୟ ଆତଙ୍କବାଦୀ । ୧୯୯୯ରେ ଯେତେବେଳେ ତାର ବଡ଼ ଭାଇ ମାସୁଦ ଆଝାର କଶ୍ମୀରର ଜେଲରେ ଥିଲା, ତାକୁ ଛଡ଼ାଇବାକୁ ରୌଫ ଏୟାର ଇଣ୍ଡିଆ ଆଇସି-୮୧୪ କାନ୍ଦାହାର ବିମାନ ଅପହରଣ କରାଇଥିଲା । ଏହି ଘଟଣାରେ ମାସୁଦ ଆଝାରକୁ ଭାରତ ମୁକ୍ତ କରିବା ପରେ ଜୈସ-ଇ-ମହମ୍ମଦ ଗଠନ ହୋଇଥିଲା ଓ ତାପରେ ଭାରତରେ ସଂସଦ ଭବନ ଆକ୍ରମଣ ସମେତ ଆହୁରି ଅନେକ ଆକ୍ରମଣ କରାଯାଇଥିଲା ।

    ମଇ ୭ ରାତିରେ ଭାରତର ଆକ୍ରମଣ ଭୟରେ ରୌଫ ଆଝାର ପାକିସ୍ତାନର ବାହାୱଲପୁରରେ ଥିବା ଜୈଶ ମୁଖ୍ୟାଳୟର ବଙ୍କରରେ ଲୁଚି ରହିଥିଲା। କିନ୍ତୁ ଭାରତୀ ବାୟୁସନା ସେଠାରେ ହିଁ ତା ପାଇଁ କବର ଖୋଳିଦେଇଥିଲା । ରୌଫର ମୃତ୍ୟୁ ମାସୁଦ ଆଝାର ପାଇଁ ଏକ ମସ୍ତବଡ଼ ଧକ୍କା କୁହାଯାଉଛି । ସେ ନିଜେ ମଧ୍ୟ ନିଜ ଆଖିର ଲୁହ ରୋକିପାରୁନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.1 ° C
    25.1 °
    25.1 °
    75 %
    5.4kmh
    100 %
    Sat
    25 °
    Sun
    38 °
    Mon
    40 °
    Tue
    39 °
    Wed
    37 °

    ସମ୍ବନ୍ଧିତ