Sunday, January 25, 2026
28.9 C
Odisha

    ଭୁବନେଶ୍ଵର ପୋଲିସ କମିଶନରେଟ ଅଞ୍ଚଳରେ ନୂଆବର୍ଷ ତଥା ଜିରୋ ନାଇଟ ପାଳନ ନିର୍ଦ୍ଦେଶାବଳୀ, ପାଳନ ନ କଲେ କାର୍ଯ୍ୟାନୁଷ୍ଠାନ

    ଆଗକୁ ପଢନ୍ତୁ

    ଭୁବନେଶ୍ଵର : ଭୁବନେଶ୍ଵର ପୋଲିସ କମିଶନରେଟ ଅଞ୍ଚଳରେ ନୂଆବର୍ଷ ତଥା ଜିରୋ ନାଇଟ ପାଳନ ପାଇଁ ନିର୍ଦ୍ଦେଶାବଳୀ ଘୋଷଣା କରିଛି କମିଶନରେଟ ପୋଲିସ । ଜାଣନ୍ତୁ କଣ କରିବେ କଣ ନ କରିବେ ।

    ୧.କ୍ଷମତାପ୍ରାପ୍ତ ପ୍ରାଧିକାରୀଙ୍କ ଲିଖିତ ଅନୁମତି ବିନା କେହି ଧ୍ୱନି ବିସ୍ତାରକ ଯନ୍ତ୍ର(Loud speaker) କିମ୍ବା ସାର୍ବଜନୀନ ଉଦଘୋଷଣା ପ୍ରଣାଳୀ (Public Address System) ବ୍ୟବହାର କରିପାରିବେ ନାହିଁ ।

    ୨ସଭାଘର (Auditorium), ସମ୍ମିଳନୀ କକ୍ଷ (conference Hall), ସାର୍ବଜନୀକ ଭବନ(Community Hall), ପ୍ରୀତି ଭୋଜନ କକ୍ଷ (Banquet Hall) ଭଳି ଆବଦ୍ଧ ପରିସରରେ ରାତି ୧୨ଟା (12.00 Mid Night)ପର୍ଯ୍ୟନ୍ତ, ଏବଂ ଖୋଲା ସ୍ଥାନ (Open Place)ରେ ରାତ୍ରି ୧୦ଟା (10.00PM)ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ପାଇଁ ଅନୁମତି ନେଇ ଧ୍ୱନି ବିସ୍ତାରକ ଯନ୍ତ୍ର (Loud Speaker), ସାର୍ବଜନୀନ ଉଦଘୋଷଣା ପ୍ରଣାଳୀ (Public Address System) କିମ୍ବା କୌଣସି ଶଦ୍ଦ ସୃଷ୍ଟିକାରୀ ଯନ୍ତ୍ର ବ୍ୟବହାର କରିପାରିବେ ।

    ୩.ସଙ୍ଗୀତାଦି କାର୍ଯ୍ୟକ୍ରମରେ ଧ୍ୱନି ବିସ୍ତାରକ ଯନ୍ତ୍ର (Loud Speaker) ବ୍ୟବହାର କରିବାକୁ ହେଲେ ଶଦ୍ଦ ପ୍ରଦୂଷଣ (ଶୃଙ୍ଖଳା ଓ ନିୟନ୍ତ୍ରଣ) ନିୟମାବଳୀ-୨୦୦୦(Noise Pollution Regulation & Control Rules,2000) ସହିତ ମାନ୍ୟବର ସର୍ବୋଚ୍ଚ ନାୟାଳୟଙ୍କର ସର୍ବାଧିକ ୬୫ଡେସିବଲ ପର୍ଯ୍ୟନ୍ତ ଶଦ୍ଦ ସୃଷ୍ଟି କରିବା ସମ୍ପର୍କିତ ଆଦେଶ ଓ ଆରକ୍ଷୀ ଆୟୁକ୍ତଙ୍କ ଆଦେଶ ସଂଖ୍ୟା ୭/୧୦ରେ ଉଲ୍ଲେଖିତ ନିର୍ଦ୍ଦେଶକୁ ପାଳନ କରିବା ବାଧ୍ୟତାମୂଳକ ଅଟେ ।

    ୪.ଯେଉଁ ସଙ୍ଗୀତାଦି ଦଳ କାର୍ଯ୍ୟକ୍ରମରେ ବାଦ୍ୟଯନ୍ତ୍ର ସହିତ ଧ୍ୱନି ବର୍ଦ୍ଧକ ଯନ୍ତ୍ର (Amplifier) ବ୍ୟବହାର କରିବାକୁ ଚାହିଁବେ, ଉକ୍ତ ଯନ୍ତ୍ରର ଧ୍ଵନିକୁ ୬୫ଡେସିବଲରେ ସୀମିତ କରିବା ସହିତ ଉକ୍ତ ଯନ୍ତ୍ରର ଧ୍ୱନି ସିମକ (Sound Limiter) ସଂଯୁକ୍ତ କରିବା ବାଧ୍ୟତା ମୂଳକ ଅଟେ ।

    ୫.ଧ୍ୱନି ସିମକ(Sound Limiter) ସଂଯୁକ୍ତ ନ ଥିବା କୌଣସି ଶ୍ରାବ୍ୟ ପ୍ରଣାଳୀ (Audio System)ର ବ୍ୟବହାର ନିଷିଦ୍ଧ ଅଟେ ।

    ୬.ବିଦ୍ୟାଳୟ, ମହାବିଦ୍ୟାଳୟ, ଡାକ୍ତରଖାନା ଓ କୋର୍ଟ ଆଦି ନୀରବ ଅଂଚଳର ୧୦୦ମିଟର ପରିସୀମା ମଧ୍ୟରେ କୌଣସି ପ୍ରକାରର ସଙ୍ଗୀତାଦି କାର୍ଯ୍ୟକ୍ରମ ଓ ବାଦ୍ୟଯନ୍ତ୍ରର ବ୍ୟବହାର କରାଯାଇ ପାରିବ ନାହିଁ ।

    ୭.ସଙ୍ଗୀତାଦି କାର୍ଯ୍ୟକ୍ରମରେ ଫୋକସ, ଫ୍ଲାସ, ଶାର୍ପି, ବିକନ (focus, flash, sharpies, beacon) ଆଦି ଆଲୋକ ବ୍ୟବହାର କରାଯାଇ ପାରିବ ନାହିଁ ।

    ୮.ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ ଅନୁଯାୟୀ ବାଣ, ଆତସବାଜିର ବ୍ୟବହାର କେବଳ ଅଧ୍ୟରାତ୍ରି ଘ:୧୧.୫୫ ମିନିଟ(PM) ଓ ଘ:୧୨.୩୦ ମିନିଟ (AM) ମଧ୍ୟରେ ସୀମିତ ରହିବ ।

    ୯.୧୨୫ଡେସିବଲରୁ ଅଧିକ ଶବ୍ଦ ସୃଷ୍ଟିକାରୀ ବାଣ କିମ୍ବା ଚାଇନା ବାଣର ବ୍ୟବହାର ସଂପୂର୍ଣ୍ଣ ନିଷିଦ୍ଧ । କେବଳ ସବୁଜ ବାଣ ଆତସ ବାଜି (Green Firecrackers) ବ୍ୟବହାର କରାଯାଇ ପାରିବ ।

    ୧୦.ନୀରବ ଅଞ୍ଚଳରେ ଶଦ୍ଦ ସୃଷ୍ଟିକାରୀ ବାଣ ବ୍ୟବହାର କରାଯାଇ ପାରିବ ନାହିଁ ।

    ୧୧.ଅନୁମତି ପତ୍ର ବା ଲାଇସେନ୍ସର (License) ସର୍ତ୍ତାବଳୀ ଭଙ୍ଗକଲେ ଆଇନଗତ କାର୍ଯ୍ୟIନୁଷ୍ଠାନ ନିଆଯିବା ସହିତ ସଙ୍ଗୀତ ଯନ୍ତ୍ରାଦି ଜବତ କରାଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.9 ° C
    28.9 °
    28.9 °
    19 %
    2.2kmh
    0 %
    Sun
    30 °
    Mon
    31 °
    Tue
    32 °
    Wed
    33 °
    Thu
    33 °

    ସମ୍ବନ୍ଧିତ