ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୩ ପରିବାରର ୭ ବଖରା ଘର

ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୩ ପରିବାରର ୭ ବଖରା ଘର
ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୩ ପରିବାରର ୭ ବଖରା ଘର

ଯାଜପୁର, ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଲକ୍ଷ୍ମୀନଗର ପଞ୍ଚାୟତ ରାଧାନଗର ଗାଁରେ ଅଗ୍ନିକାଣ୍ଡ ଘଟି ୩ ପରିବାରର ୭ ବଖରା ଘର ଜଳିଯାଇଛି। ଏଥିସହିତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପାଉଁଶ ହୋଇଯାଇଛି। ଗତକାଲି ରାତି ପ୍ରାୟ ୧୧ଟା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା।

ଏହି ଅଗ୍ନିକାଣ୍ଡରେ ଗାଁର ଚନ୍ଦ୍ରମଣି ଜତି, କୃପାସିନ୍ଧୁ ଜତି ଓ ବ୍ରଜମୋହନ ଜତିଙ୍କର ୭ ବଖରା ଘର ପୋଡ଼ି ଯାଇଛି। ପରେ ଦମକଳ ବାହିନୀକୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ନିଆଁର ମାତ୍ରା ଏତେ ଅଧିକ ଥିଲା ଯେ ତାକୁ ଆୟତ୍ତ କରିବାକୁ ପ୍ରାୟ ଦେଢ଼ ଘଣ୍ଟା ସମୟ ଲାଗିଥିଲା। ସେତେବେଳକୁ ଏହି ତିନି ପରିବାରର ସବୁ କିଛି ପୋଡ଼ି ପାଉଁଶ ହୋଇଯାଇଥିଲା। ଏଥିରେ କେହି ଆହତ ହୋଇ ନଥିବା ଜଣାପଡ଼ିଛି। ଅନ୍ୟପଟେ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିନାହିିଁ।