ମାଓବାଦୀଙ୍କ ଭୟରେ ଘର ଛାଡ଼ିଲେ ଚିତ୍ରକୋଣ୍ଡା ଅଞ୍ଚଳର ୮୫ ପରିବାର

ମାଓବାଦୀଙ୍କ ଭୟରେ ଘର ଛାଡ଼ିଲେ ଚିତ୍ରକୋଣ୍ଡା ଅଞ୍ଚଳର ୮୫ ପରିବାର
ମାଓବାଦୀଙ୍କ ଭୟରେ ଘର ଛାଡ଼ିଲେ ଚିତ୍ରକୋଣ୍ଡା ଅଞ୍ଚଳର ୮୫ ପରିବାର

ମାଓବାଦୀଙ୍କ ଭୟରେ ନିଜ ଜୀବନ ବଞ୍ଚାଇବାକୁ ଯାଇ ଭିଟାମାଟି ଛାଡ଼ି ଅନ୍ୟତ୍ର ରହୁଛନ୍ତି ସ୍ୱାଭିମାନ ଅଞ୍ଚଳର ଲୋକମାନେ। କିଛିଦିନ ହେବ ମାଓବାଦୀମାନେ ସକ୍ରିୟ ହୋଇଉଠିଛନ୍ତି। ଯାହାଫଳରେ ତାଙ୍କ ଜୀବନକୁ ଭୟଥିବା କଥା କହିଛନ୍ତି ଚିତ୍ରକୋଣ୍ଡା ଅଞ୍ଚଳର ୮୫ ପରିବାର। ସୁରକ୍ଷାକର୍ମୀମାନେ ଏହି ଅଞ୍ଚଳରେ ଶକ୍ତି ପ୍ରଦର୍ଶନ କରିଥିଲେ। ଯାହାଫଳରେ ନକ୍ସଲ ମାନେ ପଛଘୁଞ୍ଚା ଦେଇଥିଲେ। ହେଲେ ଏବେ ପୁଣି ଥରେ ନକ୍ସଲମାନଙ୍କୁ ସମର୍ଥନ କରିବା ସହ ଗାଁ ଛାଡ଼ି ଯିବାକୁ ବାରଣ କରୁଛନ୍ତି ମାଓବାଦୀମାନେ। ଯାହାଫଳରେ ତାଙ୍କ ଉପରେ ମାନସିକ ଚାପ ପଡ଼ୁଛି ଏବଂ ସେମାନେ ଭୟଭୀତ ହୋଇପଡ଼ିଛନ୍ତି।

ସେମାନେ ଗାଁ ଛାଡ଼ି ଯାଇ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ରାଜୁଲକୋଣ୍ଡାରେ ଥିବା ସରକାରୀ ଫଳ ବଗିଚା ନିକଟରେ ରହୁଛନ୍ତି। ଏହି ଗ୍ରାମର ଲୋକ ପୁଲିସକୁ ସମର୍ଥନ କରିବା ସହ ଉନ୍ନୟନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରଶାସନକୁ ସମର୍ଥନ କରିବାରୁ ନକ୍ସଲଙ୍କ ଟାର୍ଗେଟରେ ରହିଥିବା କୁହାଯାଉଛି। ଏମିତି ଆତଙ୍କିତ ଅବସ୍ଥାରେ ଆଉ ନ ରହିବାକୁ ନିଷ୍ପତ୍ତି ନେଇ ୭ଟି ପଞ୍ଚାୟତର ୮୫ ପରିବାର ଗ୍ରାମ ଛାଡ଼ିଛନ୍ତି।