ମକର ସଂଙ୍କ୍ରାନ୍ତି ଦିନ କରି ଦିଅନ୍ତୁ ଏହି ୨ ଟି କାମ – ସବୁ ଇଛ୍ଛା ପୁରଣ ହୋଇଯିବ

ମକର ସଂଙ୍କ୍ରାନ୍ତି ଦିନ କରି ଦିଅନ୍ତୁ ଏହି ୨ ଟି କାମ – ସବୁ ଇଛ୍ଛା ପୁରଣ ହୋଇଯିବ
ମକର ସଂଙ୍କ୍ରାନ୍ତି ଦିନ କରି ଦିଅନ୍ତୁ ଏହି ୨ ଟି କାମ – ସବୁ ଇଛ୍ଛା ପୁରଣ ହୋଇଯିବ

ମକର ସଂକ୍ରାନ୍ତିର ପର୍ବକୁ ସାରା ଦେଶ ବହୁତ ଧୁମଧାମରେ ସହିତ ପାଳନ କରାଯାଏ। ହିନ୍ଦୁ ଧର୍ମରେ ମକର ସଂକ୍ରାନ୍ତିର ବିଶେଷ ମହତ୍ତ୍ୱ ରହିଛି। ପୌରାଣିକ କଥା ଅନୁଯାୟୀ ନୂଆ ଫଳ ଓ ନୂଆ ଋତୁର ଆଗମନକୁ ନେଇ ମକର ସଂକ୍ରାନ୍ତି ପାଳନ କରାଯାଏ। ଏହି ସୂର୍ଯ୍ୟ ଦେବ ମକର ରାଶିରେ ପ୍ରବେଶ କରିଥା’ନ୍ତି। ହିନ୍ଦୁ ଧର୍ମରେ ମକର ସଂକ୍ରାନ୍ତିର ବହୁତ ବଡ ମହତ୍ୱ ରହିଛି।

ଏହି ଦିନ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଗଙ୍ଗା ନଦୀ ଏବଂ ବିଭିନ୍ନ ପବିତ୍ର ନଦୀରେ ସ୍ନାନ କରିବା ସହ ଦାନ, ଧର୍ମ ଆଦି କରିଥାନ୍ତି। କିନ୍ତୁ ଏହି ଦିନରେ ଅନେକ କାମ ଏମିତି ଅଛି ଯାହାକୁ ଆପଣ ଭୁଲରେ ବି କରିବା ଅନୁଚିତ। ନଚେତ ଆପଣ ସଙ୍କଟକୁ ସାମ୍ନା କରିପାରନ୍ତି। ସେହି ପରି ଏମିତି କିଛି କାମ ଅଛି ଯାହାକୁ କଲେ ଆପଣଙ୍କ ଭାଗ୍ୟ ବଦଳି ଯିବ , ତେବେ ଆସନ୍ତୁ ଜାଣିବା କ’ଣ ସେହି କାମ ।

୧) ଏହି ମକର ସଙ୍କ୍ରାନ୍ତିରେ କରାଯାଉଥିବା ସମସ୍ତ କାର୍ଯ୍ୟ ତଥା ତପ, ତନ୍ତ୍ର, ସ୍ନାନ ଓ ଦାନ ଆଦିର ଭୁତ ବିଶେଷ ମହତ୍ଵ ରହିଛି । ଆପଣ ମାନେ ସମସ୍ତେ ନିଶ୍ଚୟ ଏହି ଦିନରେ ଦାନ ଧର୍ମ କରନ୍ତୁ । କାରଣ ଶାସ୍ତ୍ର ଅନୁସାରେ ମାନ୍ୟ ରହିଛି ଯେ, ଏହି ଦିନ କରାଯାଉଥିବା ଦାନର ପୂଣ୍ୟ ୧୦୦ ଗୁଣ ଅଧିକ ରହିଥାଏ । ତେଣୁ ଆପଣ ମାନେ ଏହି ଦିନରେ କୌଣସି ଗରିବ ବା ଦରିଦ୍ର ଲୋକ ମାନଙ୍କୁ ନିଶ୍ଚୟ ଦାନ କରନ୍ତୁ । ଏହି ଦିନରେ ଆପଣ ଖାଦ୍ଯ ତଥା ଖିରୀ ପୁରୀ, ଖିଚିଡି ଓ ଘିଅ ଆଦି ଦାନ କରନ୍ତୁ । ତେଣୁ ଆପଣ ମାନେ ସମସ୍ତେ ମକର ସଙ୍କ୍ରାନ୍ତି ଦିନ ନିଶ୍ଚୟ ଏହି ସବୁ ଜିନିଷକୁ ଦାନ କରନ୍ତୁ ।

୨-  ମକର ସଂକ୍ରାନ୍ତି ଦିନ ବିନା ପୂଜା ପାଠରେ କିଛି ବି ଖାଇବା ଅଶୁଭ ବୋଲି ବିଶ୍ବାସ କରାଯାଏ। ଏହି ଶୁଭ ଦିନ ଅବସରରେ ପୂଜା ସାରିବା ପରେ ହିଁ ଭୋଜନ କରିବା ଉଚିତ। କୁହାଯାଏ କି ମକର ସଂଙ୍କ୍ରାନ୍ତି ଦିନ ପ୍ରଭୁ ପ୍ରତ୍ୟକ ଭକ୍ତର ମନସ୍କାମନା ପୁରଣ କରିବା ପାଇଁ ଚାହିଁ ରହିଥାନ୍ତି । ତେଣୁ ଏହି ଦିନ ମଗା ଜାଇଥିବା ସବୁ ମନସ୍କାମନା କୁ ପ୍ରଭୁ ପୁରଣ କରି ଥାନ୍ତି । ତେବେ ମକର ସଂଙ୍କ୍ରାନ୍ତି ଦିନ ପୁଜା ସାରି ଖାଉଥିବା ବ୍ୟକ୍ତିର ସବୁ ଇଛ୍ଚା ପୁରଣ ହୋଇଥାଏ ।