ମାଟ୍ରିକ ପରୀକ୍ଷା: ପ୍ରତି ବିଷୟ ପାଇଁ ୮୦ ନମ୍ବର ପରୀକ୍ଷା

ମାଟ୍ରିକ ପରୀକ୍ଷା: ପ୍ରତି ବିଷୟ ପାଇଁ ୮୦ ନମ୍ବର ପରୀକ୍ଷା
ମାଟ୍ରିକ ପରୀକ୍ଷା: ପ୍ରତି ବିଷୟ ପାଇଁ ୮୦ ନମ୍ବର ପରୀକ୍ଷା

ଚଳିତ ବର୍ଷ ପ୍ରତି ବିଷୟରେ ୮୦ ମାର୍କର ପରୀକ୍ଷା ଦେବେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ। ଏଥିରେ ୫୦ ମାର୍କ ଓଏମଆର ପ୍ରଶ୍ନ ଓ ୩୦ ମାର୍କ ସବଜେକ୍ଟିଭ ପ୍ରଶ୍ନର ଉତ୍ତର ଦେବେ ଛାତ୍ରଛାତ୍ରୀ। ତେବେ ମୂଲ୍ୟାୟନ ୧୦୦ ମାର୍କର ହେବ। ତେବେ ଏହି ସମୟରେ ସମସ୍ତ ପରୀକ୍ଷାର୍ଥୀଙ୍କୁ ୨୦ ମାର୍କ ଆଭରେଜ ଆକାରରେ ଦିଆଯିବ। ସେହିପରି ପରୀକ୍ଷା ସରିବାରୁ ୪୫ରୁ ୫୦ ଦିନ ମଧ୍ୟରେ ରେଜଲ୍ଟ ପ୍ରକାଶ ପାଇବ।

ସୂଚନା ଅନୁସାରେ ରାଜ୍ୟରେ ଆସନ୍ତା ୮ ତାରିଖରୁ ରାଜ୍ୟରେ ସ୍କୁଲ ଖୋଲିବା ନେଇ ଗତକାଲି ନିଷ୍ପତ୍ତି ହୋଇଛି। ଏହି ସମୟରେ କଣ୍ଟେନମେଣ୍ଟ ଜୋନରେ ସ୍କୁଲ ଖୋଲି ପାରିବ ନାହିଁ। ସେହିପରି ସ୍କୁଲ ଖୋଲିବା ପୂର୍ବରୁ ସ୍କୁଲ ପରିସରକୁ ସାନିଟାଇଜ କରାଯିବ। କରୋନା ମହାମାରୀ ଯୋଗୁଁ ସ୍କୁଲ କଲେଜ ଦୀର୍ଘ ଦିନ ଧରି ବନ୍ଦ ରହିବାରୁ ଛାତ୍ରଛାତ୍ରୀଙ୍କ ପାଠ ପଢ଼ାରେ ଅବହେଳା ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷୀରେ ସେମାନଙ୍କ ଉପରୁ ବୋଝ କମାଇବା ଲାଗି ପୂର୍ବରୁ ସରକାର ୩୦ ପ୍ରତିଶତ ସିଲାବସରେ ହ୍ରାସ କରିସାରିଛନ୍ତି। ହେଲେ ବର୍ତ୍ତମାନ ସୁଦ୍ଧା ଶିକ୍ଷା ଦାନ ସ୍ୱାଭାବିକ ହୋଇନଥିବାରୁ ପରୀକ୍ଷା ମାର୍କରେ ମଧ୍ୟ ହ୍ରାସ କରାଯାଇଛି।