ମଡର୍ଣ୍ଣା କରୋନା ଭ୍ୟାକ୍ସିନକୁ ଅନୁମତି ଦେଲା ଆମେରିକା

ମଡର୍ଣ୍ଣା କରୋନା ଭ୍ୟାକ୍ସିନକୁ ଅନୁମତି ଦେଲା ଆମେରିକା
ମଡର୍ଣ୍ଣା କରୋନା ଭ୍ୟାକ୍ସିନକୁ ଅନୁମତି ଦେଲା ଆମେରିକା

ନୂଆଦିଲ୍ଲୀ,  ଆମେରିକାର ଏକ ଏକ୍ସପୋର୍ଟ ପ୍ୟାନେଲ୍ ମଡର୍ଣ୍ଣାର କରୋନା ଭ୍ୟାକ୍ସିନକୁ ଜରୁରୀକାଳୀନ ଅନୁମତି ପ୍ରଦାନ କରିଛି। ଏକ୍ସପୋର୍ଟ ପ୍ୟାନେଲର ୨୧ଜଣ ସଦସ୍ୟଙ୍କ ମଧ୍ୟରୁ ୨୦ଜଣ ସବୁଜ ସଙ୍କେତ ଦେଖାଇଥିବାବେଳେ ଜଣେ ଅନୁପସ୍ଥିତ ଥିଲେ। ଏଥିସହିତ ଭ୍ୟାକ୍ସିନର ୬୦ ଲକ୍ଷ ଡୋଜ୍ ପାଇଁ ଆଗାମୀ ୨ଦିନ ମଧ୍ୟରେ ସିପିଂ ଆରମ୍ଭ ହୋଇଯିବ। ଏବେ ଆଶା କରାଯାଉଛି କି, ଆମେରିକାର ଫୁଡ ଏଣ୍ଡ ଡ୍ରଗ ଏଡମିନିଷ୍ଟ୍ରେସନ (ଏଫଡିଏ) ଜରୁରୀକାଳୀନ ବ୍ୟବହାର ଲାଗି ମଡର୍ଣ୍ଣା ଭ୍ୟାକ୍ସିନକୁ ଅନୁମତି ପ୍ରଦାନ କରିବ।

ଆମେରିକାରେ କରୋନାଜନିତ ମୃତ୍ୟୁସଂଖ୍ୟା ଦିନକୁଦିନ ବଢ଼ୁଥିବାରୁ ଏହି ଭ୍ୟାକ୍ସିନକୁ ଅନୁମତି ପ୍ରଦାନ କରାଯାଇଛି। ଏମିତି ବି କହିବାକୁ ଗଲେ, କରୋନା ଭାଇରସର ପ୍ରଭାବ ସବୁଠୁ ଅଧିକ ଆମେରିକାରେ ହିଁ ଦେଖିବାକୁ ମିଳିଛି।