ମୁଣ୍ଡରେ ନୁହେଁ ପେଟରେ ମଧ୍ୟ ହୋଇଥାଏ ମାଇଗ୍ରେନର ଯନ୍ତ୍ରଣା, ଜାଣନ୍ତୁ ଏହାର କାରଣ ଏବଂ ଲକ୍ଷଣ

ମୁଣ୍ଡରେ ନୁହେଁ ପେଟରେ ମଧ୍ୟ ହୋଇଥାଏ ମାଇଗ୍ରେନର ଯନ୍ତ୍ରଣା, ଜାଣନ୍ତୁ ଏହାର କାରଣ ଏବଂ ଲକ୍ଷଣ
ମୁଣ୍ଡରେ ନୁହେଁ ପେଟରେ ମଧ୍ୟ ହୋଇଥାଏ ମାଇଗ୍ରେନର ଯନ୍ତ୍ରଣା, ଜାଣନ୍ତୁ ଏହାର କାରଣ ଏବଂ ଲକ୍ଷଣ

 ମାଇଗ୍ରେନର ନାମ ଶୁଣିବା ମାତ୍ରେ ସାଙ୍ଗେ ସାଙ୍ଗେ  ମୁଣ୍ଡରେ ଯନ୍ତ୍ରଣା କଥା ମନରେ ଆସିଥାଏ । କିନ୍ତୁ ଆପଣ ଜାଣନ୍ତି କି ମାଇଗ୍ରେନ୍ ହେବା ଦ୍ୱାରା କେବଳ ମୁଣ୍ଡରେ ଯନ୍ତ୍ରଣା ହୋଇନଥାଏ, ଏହା ପେଟର ମଧ୍ୟ ହୋଇଥାଏ । ଯାହାକୁ ଏବଡୋମିନାଲ୍ ମାଇଗ୍ରେନ୍ କୁହାଯାଏ ।  ତେବେ ଚାଲନ୍ତୁ ଜାଣିବା ଏବଡୋମିନାଲ୍ ମାଇଗ୍ରେନ୍ କ’ଣ ?


ଏବଡୋମିନାଲ୍ ମାଇଗ୍ରେନରେ ପୀଡିତ ବ୍ୟକ୍ତିଙ୍କର ମୁଣ୍ଡ ପରି ପେଟରେ ମଧ୍ୟ ଅତ୍ୟନ୍ତ ଯନ୍ତ୍ରଣା ହୋଇଥାଏ । ପେଟରେ ହେଉଥିବା ଏହି ମାଇଗ୍ରେନର ଯନ୍ତ୍ରଣାକୁ ‘ ଏବଡୋମିନାଲ୍ ମାଇଗ୍ରେନ୍’ କୁହାଯାଏ । ଏହା ଦ୍ୱାରା ପେଟରେ ପ୍ରବଳ ଯନ୍ତ୍ରଣା, ଥକାପଣ ଏବଂ ବାନ୍ତି ମଧ୍ୟ ହୋଇଥାଏ । ବିଶେଷଜ୍ଞଙ୍କ ଅନୁଯାୟୀ, ଜେନେଟିକ୍ କାରଣରୁ ଏହି ପ୍ରକାରର ମାଇଗ୍ରେନ୍ ଯନ୍ତ୍ରଣା ଅଧିକ ହୋଇଥାଏ । ସାଧାରଣତଃ ଛୋଟପିଲା ମାନେ ଏହି ଏବଡୋମିନାଲ୍ ମାଇଗ୍ରେନର ଶିକାର ହୋଇଥାନ୍ତି । ଯେଉଁ ପିଲାମାନଙ୍କର ବାପା-ମା ପୂର୍ବରୁ ଏହିପରି ମାଇଗ୍ରେନ୍ ର ଶିକାର ହୋଇଥାନ୍ତି ସେମାନଙ୍କର ପିଲାମାନଙ୍କୁ ଏହାର ସର୍ବାଧିକ ବିପଦ ରହିଥାଏ । ଏହି ପିଲାମାନେ ବଡ ହେବାପରେ ସେମାନଙ୍କର ହେଡ୍ ମାଇଗ୍ରେନ୍ ହେବାର ସମ୍ଭାବନା ମଧ୍ୟ ରହିଥାଏ ।

 ଏବଡୋମିନାଲ୍ ମାଇଗ୍ରେନର କାରଣ :

ଡାକ୍ତରଙ୍କ ଅନୁଯାୟୀ, ଶରୀରରେ ଉତ୍ପାଦିତ ଦୁଇଟି କମ୍ପାଉଣ୍ଡ ହିଷ୍ଟାମାଇନ୍ ଏବଂ ସେରୋଟୋନିନ୍ ଏହି ପ୍ରକାରର ଯନ୍ତ୍ରଣା ପାଇଁ ଦାୟୀ । ଶରୀରରେ ଏହି ଦୁଇଟି କମ୍ପାଉଣ୍ଡ ଅଧିକ ଟେନସନ୍ ଏବଂ ଉଦାସୀନତା କାରଣରୁ ସୃଷ୍ଟି କରିଥାଏ । ଏହା ବ୍ୟତୀତ ଚାଇନିଜ୍ ଖାଦ୍ୟରେ ବ୍ୟବହୃତ ମୋନୋସୋଡିୟମ୍ ଗ୍ଲୁଟାମେଟ୍, ପ୍ରୋସେସ୍ଡ ମିଟ୍ ଏବଂ ଚକୋଲେଟ୍ ଅଧିକ ଖାଇବା ଦ୍ୱାରା ମଧ୍ୟ ଶରୀରରେ ଏହି କମ୍ପାଉଣ୍ଡ ସୃଷ୍ଟି ହୋଇଥାଏ ।


 ଏବଡୋମିନାଲ୍ ମାଇଗ୍ରେନର ଲକ୍ଷଣ :

– ପେଟରେ ପ୍ରବଳ ଯନ୍ତ୍ରଣା ହେବା

– ଭୋକ କମ୍ ଲାଗିବା ଏବଂ ଖାଇବା ପିଇବାରେ ମନ ନଲାଗିବା

– ଆଖି ତଳେ ଡାର୍କସର୍କଲ୍ ହେବା

– ପେଟର ରଙ୍ଗ ହଳଦିଆ ଦେଖାଯିବା

ଏବଡୋମିନାଲ୍ ମାଇଗ୍ରେନର ଚିକିତ୍ସା-

ଏବଡୋମିନାଲ୍ ମାଇଗ୍ରେନର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡିନଥିବାରୁ ଏହି ସମସ୍ୟା ବେଳେବେଳେ ବହୁତ ଗମ୍ଭୀର ହୋଇଯାଏ । ଚିକିତ୍ସକମାନେ ଏହାର ଚିକିସ୍ଛା ସାଧାରଣ ମାଇଗ୍ରେନ୍ ପରି କରିଥାନ୍ତି, ଯେଉଁ କାରଣରୁ ଅନେକ ଥର ରୋଗୀ ସମ୍ପୂର୍ଣ୍ଣ ଭାବରେ ଭଲ ହୋଇନଥାନ୍ତି ।