ମୋଦୀଙ୍କ ମା’ ନେଲେ କରୋନା ଟିକା

ମୋଦୀଙ୍କ ମା’ ନେଲେ କରୋନା ଟିକା
ମୋଦୀଙ୍କ ମା’ ନେଲେ କରୋନା ଟିକା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ ହିରାବେନ ମୋଦୀ ଆଜି କରୋନା ଭ୍ୟାକ୍ସିନର ପ୍ରଥମ ଡୋଜ୍ ଲଗାଇଛନ୍ତି। ଏନେଇ ମୋଦୀ ତାଙ୍କ ଟ୍ୱିଟର ଆକାଉଣ୍ଟରେ ସୂଚନା ଦେଇଛନ୍ତି। ଏଥିସହିତ ନିଜ ଆଖପାଖରେ ଥିବା ଲୋକଙ୍କୁ ଭ୍ୟାକ୍ସିନ ଲଗାଇବା ପାଇଁ ପ୍ରୋତ୍ସାହିତ କରିବାକୁ ମୋଦୀ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି।

ସୂଚନାଯୋଗ୍ୟ, ଚଳିତ ମାସର ପ୍ରାରମ୍ଭରେ ପ୍ରଥମେ ଟିକା ଲଗାଇ ମୋଦୀ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ହାଇଦ୍ରାବାଦର ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ଟିକା ମୋଦୀ ଲଗାଇଛନ୍ତି।