Wednesday, October 23, 2024
21.7 C
Odisha

    ମଦ ପିଇ ବର୍ଷକୁ ମରୁଛନ୍ତି ୩୦ ଲକ୍ଷ ଲୋକ

    ଆଗକୁ ପଢନ୍ତୁ

    ଯୁବପିଢିଠୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ପ୍ରାୟ ସମସ୍ତେ ମଦ ପିଉଛନ୍ତି । ଏହା ସେମାନଙ୍କ ପାଇଁ ଏକ ଫ୍ୟାସନରେ ପରିଣତ ହୋଇଛି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ରିପୋର୍ଟ ଅନୁସାରେ ବିଶ୍ୱାରେ ବର୍ଷକୁ ପ୍ରାୟ ୩୦ ଲକ୍ଷ ଲୋକ ମଦ ପିଇ ପ୍ରାଣ ହରାଉଛନ୍ତି । ବିଶ୍ୱରେ ଅଣସଂକ୍ରାମକ ରୋଗରେ ଯେତେ ଲୋକ ମରୁ ନାହାନ୍ତି, ତାହାଠୁ ବେଶୀ ଲୋକ ମଦ ପିଇ ମରୁଛନ୍ତି । ୨୦୧୯ ମସିହାରେ ସାରା ବିଶ୍ୱରେ ମଦ୍ୟପାନ ଯୋଗୁଁ ପ୍ରାୟ ୨୬ ଲକ୍ଷ ଲୋକ ପ୍ରାଣ ହରାଇଥିଲେ । ଏଥିରେ ୨୦ ଲକ୍ଷ ପୁରୁଷ ହୋଇଥିବାବେଳେ ପ୍ରାୟ ୬ ଲକ୍ଷ ମହିଳା ରହିଥିଲେ । ଠିକ ଏହି ସମୟରେ ଅଣସଂକ୍ରାମକ ରୋଗରେ ପ୍ରାୟ ୧୬ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି ।
    ଏହି ୨୦୧୯ ମସିହାରେ ମଦ ପିି ଗାଡି ଚଲାଇ ମୋଟ ୩ ଲକ୍ଷ ଲୋକଙ୍କ ପ୍ରାଣ ଯାଇଛି ବୈଶ୍ୱିକସ୍ତରରେ । ଏଥିରେ ପ୍ରାୟ ୧ ଲକ୍ଷ ୫୬ ହଜାର ଅନ୍ୟ ଲୋକଙ୍କ ମାନେ ମଦୁଆଙ୍କ ପାଇଁ ପ୍ରାଣ ହରାଇଥିଲେ ଦୁର୍ଘଟଣା ପାଇଁ । ବିଶେଷକରି ଆଫ୍ରିକୀୟ ଓ ୟୁରୋପ ଦେଶରେ ଏହି ମୃତ୍ୟୁ ମାମଲା ଅଧିକ ରହିଛି । ଏହି ମୃତକଙ୍କ ମଧ୍ୟରେ ୨୦ ରୁ ୩୯ ବର୍ଷର ବୟସର ଲୋକଙ୍କ ସଂଖ୍ୟା ବେଶୀ । ମଦଜନିତ ମୃତ୍ୟୁକୁ କମ କରିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ୨୦୨୨ ମସିହାରୁ ୨୦୩୦ ମସିହା ପର୍ଯ୍ୟନ୍ତ ଏକ ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛି । ଯାହା ମାଧ୍ୟମରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବିଭିନ୍ନ ଦେଶ ସହ ମଦକୁ ନେଇ ସଚେତନ, ନିୟମ ପ୍ରଣୟନ ତଥା ଏହାର କୁପ୍ରଭାବ ଉପରେ କାର୍ଯ୍ୟ କରିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.7 ° C
    21.7 °
    21.7 °
    69 %
    1.8kmh
    100 %
    Wed
    22 °
    Thu
    25 °
    Fri
    26 °
    Sat
    25 °
    Sun
    22 °

    ସମ୍ବନ୍ଧିତ