ମାନସିକ ରୋଗ ଓ ଜିନ୍‌

ମାନସିକ ରୋଗ ଓ ଜିନ୍‌
ମାନସିକ ରୋଗ ଓ ଜିନ୍‌

ମାନସିକ ରୋଗ ସହ ଜିନ୍‌ର ସମ୍ପର୍କ ରହିଛି ବୋଲି ଏକ ସଦ୍ୟତମ ଗବେଷଣାରୁ ଜଣାପଡ଼ିଛି। ବିଶେଷଭାବରେ ଡାଇବେଟିସ ରୋଗୀଙ୍କ କ୍ଷେତ୍ରରେ ଏହା ପରିଲକ୍ଷିତ ହୋଇଥାଏ ବୋଲି ମଧ୍ୟ ୟୁନିଭର୍ସିଟି ଅଫ କାଲିଫର୍ନିଆ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏ ସମ୍ପର୍କରେ ତର୍ଜମା କରିବା ସମୟରେ ଉକ୍ତ ୟୁନିଭର୍ସିଟିର ବିଶେଷଜ୍ଞମାନେ ଏକ ପ୍ରକାର ଜିନ୍‌କୁ ଠାବ କରିଥିଲେ। ରକ୍ତରେ ସୁଗାର (ଶର୍କରା) ପରିମାଣ ବଢ଼ିଗଲେ ଏହି ଜିନ୍‌ ଯୋଗୁ ସଂପୃକ୍ତ ବ୍ୟକ୍ତିଙ୍କର ମାନସିକ ସ୍ଥିତିକୁ ପ୍ରଭାବିତ କରିଥାଏ। ଫଳତଃ ସମୟକ୍ରମେ ସେମାନେ ମାନସିକ ରୋଗରେ ଆକ୍ରାନ୍ତ ହେବାର ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ ବୋଲି ବିଶେଷଜ୍ଞମାନେ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।