ମମତା ଙ୍କୁ ପୁଣି ଝଟକା: ରାଜ୍ୟସଭାରୁ ଇସ୍ତଫା ଦେଲେ ସାଂସଦ ଦିନେଶ ତ୍ରିବେଦୀ

ମମତା ଙ୍କୁ ପୁଣି ଝଟକା: ରାଜ୍ୟସଭାରୁ ଇସ୍ତଫା ଦେଲେ ସାଂସଦ ଦିନେଶ ତ୍ରିବେଦୀ
ମମତା ଙ୍କୁ ପୁଣି ଝଟକା: ରାଜ୍ୟସଭାରୁ ଇସ୍ତଫା ଦେଲେ ସାଂସଦ ଦିନେଶ ତ୍ରିବେଦୀ

କୋଲକାତା: ବଙ୍ଗଳା ନିର୍ବାଚନ ପୂର୍ବରୁ ଟିଏମସିକୁ ଆଉ ଏକ ଝଟକା। ଟିଏମସି ସାଂସଦ ଦିନେଶ ତ୍ରିବେଦୀ ରାଜ୍ୟସଭାରୁ ଇସ୍ତଫା ଦେଇଛନ୍ତି। ରାଜ୍ୟସଭାରେ ବକ୍ତବ୍ୟ ଦେବା ସମୟରେ ଶ୍ରୀ ତ୍ରିବେଦୀ ତାଙ୍କ ଇସ୍ତଫା ସମ୍ପର୍କରେ ଘୋଷଣା କରିଛନ୍ତି। ସେ ବିଜେପିରେ ସାମିଲ ହେବେ ବୋଲି ଅନୁମାନ କରାଯାଉଛି।

ଇସ୍ତଫା ସମ୍ବନ୍ଧରେ ଘୋଷଣା କରିବା ସମୟରେ ଦିନେଶ ତ୍ରିବେଦୀ କହିଥିଲେ ଯେ, ‘ବଙ୍ଗଳାରେ ଯେମିତି ହିଂସା ହେଉଛି, ମୋତେ ଏଠି ବସି ବସି ଖୁବ୍ ଅଜବ ଲାଗୁଛି। ମୁଁ ଏସବୁ ଦେଖି ପାରୁନାହିଁ। ଆମେ ଗୋଟିଏ ଜାଗା ପର୍ଯ୍ୟନ୍ତ ସୀମିତ ରହିଛୁ। ପାର୍ଟିର ମଧ୍ୟ କିଛି ନିୟମ ରହିଛି। ସେଥିପାଇଁ ମୁଁ ଅଣନିଶ୍ୱାସୀ ଅନୁଭବ କରୁଛି। ସେଠାରେ ଅତ୍ୟାଚାର ହେଉଛି। ତେଣୁ ଏଠି ବସି କିଛି ନ କରିବା ଅପେକ୍ଷା ତ୍ୟାଗପତ୍ର ଦେବା ଭଲ ହେବ। ମୁଁ ଘୋଷଣା କରୁଛି କି ମୁଁ ରାଜ୍ୟସଭାରୁ ଇସ୍ତଫା ଦେଉଛି।’