ମମତା ବିଧାୟକ ଦଳ ନେତା ନିର୍ବାଚିତ, ୫ରେ ନେବେ ଶପଥ

ମମତା ବିଧାୟକ ଦଳ ନେତା ନିର୍ବାଚିତ, ୫ରେ ନେବେ ଶପଥ
ମମତା ବିଧାୟକ ଦଳ ନେତା ନିର୍ବାଚିତ, ୫ରେ ନେବେ ଶପଥ

ତୃତୀୟ ଥର ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଗାଦିସୀନ ହେବାକୁ ଯାଉଛନ୍ତି ମମତା ବାନାର୍ଜୀ । ଦଳର ବୃହତ ବିଜୟ ପରେ ଟିଏମସିର ସମସ୍ତ ନବନିର୍ବାଚିତ ବିଧାୟକ ଦିଦିଙ୍କୁ ବିଧାୟକ ଦଳ ନେତା ଭାବେ ନିର୍ବାଚିତ କରିଛନ୍ତି । ତେଣୁ ସୁପ୍ରିମୋ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ହେବା ନେଇ ମଧ୍ୟ ବୈଠକରେ ଏକପ୍ରକାର ନିଷ୍ପତି ନିଆଯାଇଥିବା ଜଣାପଡ଼ିଛି । ଟିଏମସିରେ ବିଧାୟକ ଦଳ ନେତା ହେବା ପାଇଁ କୈଣସି ଦାବିଦାର ନାହାଁନ୍ତି । ମମତା ବାନାର୍ଜୀ ହିଁ ଦଳର ସର୍ବମାନ୍ୟ ନେତା । ତେଣୁ ସମସ୍ତ ବିଧାୟକ ସର୍ବ ସମ୍ମତି କ୍ରମେ ମମତା ବାନାର୍ଜୀଙ୍କୁ ହିଁ ମୁଖ୍ୟମନ୍ତ୍ରୀ ଏବଂ ବିଧାୟକ ଦଳ ରୂପେ ଚୟନ କରିଛନ୍ତି । ସୂଚନା ମୁତାବକ ଆସନ୍ତା ୫ ତାରିଖରେ ଦିଦି ଶପଥ ନେବାକୁ ଯାଉଛନ୍ତି ।