ମୁମ୍ବାଇ ଏଲପିଜି ସିଲିଣ୍ଡର ଗୋଦାମରେ ଭୟାବହ ଅଗ୍ନିକାଣ୍ଡ

ମୁମ୍ବାଇ ଏଲପିଜି ସିଲିଣ୍ଡର ଗୋଦାମରେ ଭୟାବହ ଅଗ୍ନିକାଣ୍ଡ
ମୁମ୍ବାଇ ଏଲପିଜି ସିଲିଣ୍ଡର ଗୋଦାମରେ ଭୟାବହ ଅଗ୍ନିକାଣ୍ଡ

ମୁମ୍ବାଇ:  ମୁମ୍ବାଇ ବର୍ସୋବା ଏଲପିଜି ଗୋଦାମରେ ସିଲିଣ୍ଡର ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ୪ଜଣ ଗୁରୁତର ଆହତ ହୋଇଛନ୍ତି।  ଗୋଦାମରେ ନିଆଁ ଲାଗିବା ପରେ ଅନେକ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା। ଯାହାଫଳରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ୧୬ଟି ଅଗ୍ନିଶମ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛି କିନ୍ତୁ ଏବେ ସୁଦ୍ଧା ନିଆଁକୁ ଆୟତ୍ତ କରାଯାଇପାଇନାହିଁ।

 ସୂଚନା ଅନୁଯାୟୀ, ବୁଧବାର ସକାଳୁ ଏଲପିଜି ସିଲିଣ୍ଡର ଗୋଦାମରେ ନିଆଁ ଲାଗିଥିଲା। ଦେଖୁ ଦେଖୁ ନିଆଁ ପୁରା ଗୋଦାମରେ ବ୍ୟାପି ଯାଇଥିଲା। ଆହତ ଲୋକଙ୍କୁ କପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୋଦାମ ନିକଟରେ ଏକ ସ୍କୁଲ ଓ ଏକ ହସ୍ପିଟାଲ ମଧ୍ୟ ରହିଛି ଯାହା ଚିନ୍ତାର କାରଣ ପାଲଟିଛି।