Tuesday, December 9, 2025
19.8 C
Odisha

    ମର୍ଣ୍ଣିଂ ୱାକରୁ ଫେରୁଥିବା ବେଳେ ମାଡ଼ିଗଲା ବସ୍, ୪ ଗୁରୁତର

    ଆଗକୁ ପଢନ୍ତୁ

    ଯାଜପୁର : ଯାଜପୁର ସଦର ଥାନା କୁଜାଲା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମର୍ଣ୍ଣିଂ ୱାକରୁ ଫେରୁଥିବା ବେଳେ ୪ ଜଣଙ୍କ ଉପରେ  ମାଡ଼ିଗଲା ବସ୍ । ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

    ଖବର ମୁତାବକ, ଆଜି ସକାଳେ ହରଗୌରୀ ନାମକ ଏକ ଘରୋଇ ବସ୍ ବରୀରୁ କଟକ ଯାଉଥିବା ସମୟରେ କୁଜାଲା ତାରିଣୀ ଛକ ନିକଟରେ ଭାରସାମ୍ୟ ହରାଇ ୪ ଜଣଙ୍କ ଉପରେ ମାଡି ଯାଇଥିଲା । ଆହତମାନେ ହେଲେ ସ୍ଥାନୀୟ ଅଞ୍ଚଳର ମନୁ ଜେନା,ବାଦଲ ଜେନା, ଚିଣ୍ଟୁ ଜେନା ଓ ରାକେଶ ଜେନା । ସେମାନଙ୍କ ମଧ୍ୟରୁ ମନୁ ଓ ଚିଣ୍ଟୁଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଦୁର୍ଘଟଣା ପରେ ଉତ୍ତେଜନା ଦେଖାଦେଇଥିଲା ଏବଂ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି ସ୍ଥାନୀୟ ଲୋକ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    19.8 ° C
    19.8 °
    19.8 °
    35 %
    1.3kmh
    100 %
    Tue
    26 °
    Wed
    27 °
    Thu
    26 °
    Fri
    26 °
    Sat
    27 °

    ସମ୍ବନ୍ଧିତ