ମାଲକାନଗିରି ଜିଲ୍ଲା ପୋଲିସ ଆରକ୍ଷୀ ଅଧକ୍ଷକ ନାମରେ ମାମଲା ରୁଜୁ

ମାଲକାନଗିରି ଜିଲ୍ଲା ପୋଲିସ ଆରକ୍ଷୀ ଅଧକ୍ଷକ ନାମରେ ମାମଲା ରୁଜୁ
ମାଲକାନଗିରି ଜିଲ୍ଲା ପୋଲିସ ଆରକ୍ଷୀ ଅଧକ୍ଷକ ନାମରେ ମାମଲା ରୁଜୁ

ମାଲକାନଗିରି ଜିଲ୍ଲାର ପୂର୍ବତନ ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ମୃତ୍ୟୁ ଘଟଣା ରେ  ତାଙ୍କ ସ୍ତ୍ରୀ ବନଜା ପଣ୍ଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସମେତ 6 ଜଣଙ୍କ ନାମରେ ଏସ.ଡି.ଜେ. ଏମ କୋର୍ଟରେ ମାମଲା ରୁଜୁ କରିଛନ୍ତି ।  କୋର୍ଟରେ ଦିଆଯାଇଥିବା 1 ସି ସି ଦାୟର କାଟି  ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ପରଠାରୁ ତାଙ୍କ ପରିବାରକୁ ପୋଲିସ ଉପେକ୍ଷା କରିଛନ୍ତି । ଏହାସହ ତାଙ୍କୁ ପୋଲିସ ଡରାଇ ଧମକାଇ କେସ୍ ପ୍ରତ୍ୟାହାର ପାଇଁ ବାଧ୍ୟ କରୁଥିବା ଭଳି 13ଟି ଅଭିଯୋଗ ଏସିଡିଜେଏମ କୋର୍ଟରେ ଦାୟର ହୋଇଛି । କେଶ ନମ୍ବର ୫/୨୦୨୧ ଅନୁଯାୟୀ ସମ୍ପୃକ୍ତ ୫ ଜଣଙ୍କ ନାମରେ ୫୦୬, ୨୦୪, ୨୦୩, ୨୦୨, ୨୦୧, ୧୯୬, ୧୯୩, ୧୯୨, ୧୧୯, ୧୧୫, ୧୦୭, ୧୨୦(ବି) ଏବଂ ୩୪ ଆଇପିସି ଧାରା ଲଗାଯାଇଥିବା ଜଣାପଡିଛି ।ସୂଚନା ଯୋଗ୍ୟ ଯେ ଏଥି ପୂର୍ବରୁ ତାଙ୍କ ସ୍ୱାମୀ ଆତ୍ମହତ୍ୟା କରିନାହାନ୍ତି । ତାଙ୍କୁ ହତ୍ୟା କରାଯାଇଛି ଓ ଏଥିରେ ତତ୍କାଳୀନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ହାତ ଥିବା ଅଭିଯୋଗ କରି ତତ୍କାଳୀନ ଜିଲ୍ଲାପାଳଙ୍କ ସମେତ 4 ଜଣଙ୍କ ନାମରେ ମାମଲା ରୁଜୁ ହେବା ପରେ ତତ୍କାଳୀନ ଜିଲ୍ଲାପାଳଙ୍କ ବଦଳି ହୋଇଥିଲା