ମାହାଙ୍ଗା ଜଣେ ମୌଲାନାଙ୍କୁ ହରାଇଲା : ପ୍ରତାପ ଜେନା

ମାହାଙ୍ଗା ଜଣେ ମୌଲାନାଙ୍କୁ ହରାଇଲା : ପ୍ରତାପ ଜେନା
ମାହାଙ୍ଗା ଜଣେ ମୌଲାନାଙ୍କୁ ହରାଇଲା : ପ୍ରତାପ ଜେନା

ମାହାଙ୍ଗା ବ୍ଲକ୍ କୁରୁଜଙ୍ଗା ପଞ୍ଚାୟତ ହଜରତ୍ ମୌଲାନା ମହମ୍ମଦ ଜଲାଲ ସାହେବଙ୍କର ଗତକାଲି ବିଳମ୍ବିତ ରାତ୍ରିରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନ ଧରି ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ଆଜି ଦିବା ୨ଟା ୧୦ମିନିଟରେ ହଜାର ହଜାର ଲୋକ ଶୋଭାଯାତ୍ରାରେ ସାମିଲ ହୋଇ ତାଙ୍କ ମର ଶରୀରକୁ କବର ସ୍ଥାନରେ ପହଞ୍ଚାଇଥିଲେ। ପରେ ଇସଲାମ ଧର୍ମର ରୀତିନୀତି ଅନୁଯାୟୀ ଶବକୁ କବର ଦିଆଯାଇଥିଲା। ମୌଲାନାଙ୍କ ମୃତ୍ୟୁ ଖବର ପାଇ ମାହାଙ୍ଗା ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନା ଶୋକ ବ୍ୟକ୍ତ କରିବା ସହ ମାହାଙ୍ଗା ଜଣେ ଧାର୍ମିକ ମୌଲାନାଙ୍କୁ ହରାଇଲା ବୋଲି କହିିଥିଲେ। ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ବ୍ଲକ୍ ଚେୟାରମ୍ୟାନ ଶରତ ନାୟକ, କଂଗ୍ରେସ ନେତା ଦେବେନ୍ଦ୍ର ସାହୁ, ପୂର୍ବତନ ସରପଞ୍ଚ କମଳାକାନ୍ତ ଦାଶ, ସରପଞ୍ଚ ଅନସୂୟା ନାଥଶର୍ମା, ଗୌତମ ଚରଣ ମଧ୍ୟ ଗଭୀର ଶୋକ ବ୍ୟକ୍ତ କରିଥିଲେ।

ମୌଲାନା ମହମ୍ମଦ ଜଲାଲ ସାହେବ ସବଳକଣା ସରକାରୀ ଉଚ୍ଚ ବିଦ୍ୟାଳୟରେ ଦୀର୍ଘ ୩୦ ବର୍ଷ ଧରି ଶିକ୍ଷକତା କରିଥିଲେ। ନିଜ ଉଦ୍ୟମରେ ସବଳକଣାରେ ମଦ୍ରାସା ଇସଲାମିଆ ଦିନିଆ ନାମରେ ଏକ ସ୍କୁଲ ପ୍ରତିଷ୍ଠା କରି ଗରିବ ପିଲାଙ୍କ ଶିକ୍ଷାଦାନର ବ୍ୟବସ୍ଥା କରିଥିଲେ। ଜମାତ୍ ଉଲମା ଓଡ଼ିଶାର ମୁଖ୍ୟ ଥିବାବେଳେ ସେ ତାଙ୍କ ଉଦ୍ୟମରେ ବହୁ ଇସ୍ଲାମିକ ଧାର୍ମିକ ଅନୁଷ୍ଠାନରେ ସଂଶ୍ଲିଷ୍ଟ ଥିଲେ