ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଉପରେ ସେଲ୍‌ଫି ନେଲେ ୨ ଯୁବକ

ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଉପରେ ସେଲ୍‌ଫି ନେଲେ ୨ ଯୁବକ
ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଉପରେ ସେଲ୍‌ଫି ନେଲେ ୨ ଯୁବକ

ମହାପ୍ରଭୁଙ୍କ ରଥ ଉପରେ ଦୁଇ ଯୁବକ ସେଲଫି ନେଇ ସୋସିଆଲ ମିଡିଆରେ ଭାଇରାଲ୍ କରିଛନ୍ତି ଫଟୋ । ଏହି ଦୁଇ ଯୁବକ ସେବାୟତ ନା’ ଅଣସେବାୟତ ସ୍ପଷ୍ଟ ହୋଇନାହିଁ । ନନ୍ଦିଘୋଷ ରଥରେ ଏହିପରି ଫଟୋ ଉଠାଇ ସୋସିଆଲ ମିଡିଆରେ ସେମାନେ ନିଜକୁ ଧନ୍ୟ ମନେ କରିଥିବା ଲେଖିଛନ୍ତି । ତେବେ ଯଦି ଏହି ଯୁବକ ସେବାୟତ ହୋଇଥାନ୍ତେ ତାହାଲେ ଏହି ଲେଖା ହୋଇନଥାନ୍ତା।ସେମାନେ ପ୍ରଭୁ ଜଗନ୍ନାଥଙ୍କ ସିଂହାସନରେ ବସି ଫଟୋ ଉଠାଇଛନ୍ତି । ଯେତେବେଳେ କୌଣସି ଭକ୍ତ ରଥ ସ୍ପର୍ଶ କରିପାରୁନାହାନ୍ତି ତାହାଲେ କେମିତି ରଥ ଉପରେ ଏହି ଦୁଇ ଯୁବକ ନନ୍ଦିଘୋଷ ରଥରେ ଚଢି ସେଲଫି ନେଲେ ସେନେଇ ସେବାୟତମାନେ ପ୍ରଶ୍ନ ଉଠାଇଛନ୍ତି । ଏହାସହ ଏହି ଦୁଇ ଯୁବକ ନନ୍ଦିଘୋଷ ରଥର ସାରଥୀଙ୍କ ସହ ମଧ୍ୟ ଫଟୋ ଉଠାଇଛନ୍ତି ।