Tuesday, February 18, 2025
25.1 C
Odisha

    ମହାକୁମ୍ଭ ପାଇଁ ପ୍ରଥମ ପର୍ଯ୍ୟାୟରେ ଓଡିଶାରୁ ଚାଲିବ ୮ଟି ବସ୍, ମହିଳାଙ୍କ ପାଇଁ ରହିଛି ୫୦ ପ୍ରତିଶତ ଡିସକାଉଣ୍ଟ

    ଆଗକୁ ପଢନ୍ତୁ

    ମହାକୁମ୍ଭ ପାଇଁ ଚାଲିବ ୮ ଟି ବସ୍ । ମହାକୁମ୍ଭ ମେଳା ପାଇଁ ପ୍ରଥମ ପର୍ଯ୍ୟାୟରେ ଓଡିଶାରୁ ୮ଟି ବସ୍ ଯିବ । ଏନେଇ ସୂଚନା ଦେଲେ ଓଏସଆରଟିସି ଅତିରିକ୍ତ ସଚିବ ଲକ୍ଷ୍ମୀକାନ୍ତ ସେଠୀ । ତେବେ ୧୨ ତାରିଖରେ ପ୍ରଥମ ପର୍ଯ୍ୟାୟରେ ବସ୍ ବାହାରିବ ।  ୮ଟି ବସ୍ ଅଯୋଧ୍ୟା ଅଭିମୁଖେ ବାହାରିବ । ତେବେ ଯଦି ଆବଶ୍ୟକ ହୁଏ ତାହେଲେ ଅଧିକ ବସ୍ ଚଲେଇବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଅତିରିକ୍ତ ସଚିବ । ମହିଳାଙ୍କ ପାଇଁ ୫୦ ପ୍ରତିଶତ ଡିସକାଉଣ୍ଟ ରହିଛି । ତେବେ ସେମାନଙ୍କର ରହିବା ଠାରୁ ନେଇ ଖାଇବା ପର୍ଯ୍ୟନ୍ତ ସମସ୍ତ ପ୍ରକାର ବ୍ୟବସ୍ଥା କରିବ ଓଏସଆରଟିସି ।

    ସେହିପରି ଖାଲି ମହାକୁମ୍ଭ ନୁହେଁ , ଦେଶର ବିଭିନ୍ନ ତୀର୍ଥସ୍ଥାନକୁ ଗଡିବ ବସ୍ । ଓଡିଶାରୁ ବିଭିନ୍ନ ତୀର୍ଥ ସ୍ଥାନକୁ ବସ୍ ଗଡିବା ନେଇ ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି । ମହାକୁମ୍ଭ ପାଇଁ ଏବେ ଓଡିଶାର ୪ଟି ସ୍ଥାନରୁ ବସ୍ ଗଡିବ । ସେସବୁ ସ୍ଥାନ ଗୁଡିକ ହେଉଛି ଭୁବନେଶ୍ଵର, ବ୍ରହ୍ମପୁର, ଭବାନୀପାଟଣା ଏବଂ ସମ୍ବଲପୁର । ଏହାବାଦ୍ ଅନ୍ୟ ତୀର୍ଥ ସ୍ଥାନକୁ ବି ବସ୍ ଚଳାଇବାକୁ ନିଷ୍ପତ୍ତି ହୋଇଛି ।

    ଅନ୍ୟପଟେ ଗତକାଲି କୁମ୍ଭମେଳା ପାଇଁ ଓଡ଼ିଶାରୁ ଆଯୋଧ୍ୟାକୁ ବସ୍ ସେବା ନେଇ ଘୋଷଣା ହୋଇଥିଲା । OSRTC ପକ୍ଷରୁ ହାଇ-ଏଣ୍ଡ ପ୍ରିମିୟମ୍‌ ବସ୍‌ ସେବା ଆରମ୍ଭ ହେବ। ପୁରୀ, ସମ୍ବଲପୁର, ଭବାନୀପାଟଣା, ବ୍ରହ୍ମପୁରରୁ ଏହି ବସ୍‌ ଗୁଡ଼ିକ ଯିବ।  OSRTC ୱେବସାଇଟ୍‌, ମୋବାଇଲ୍‌ ଆପ୍‌ରେ ଟିକେଟ ବୁକିଂ କରିହେବ । ଯାତ୍ରୀ ସହାୟତା ପାଇଁ ୨୪ ଘଣ୍ଟିଆ ହେଲ୍‌ପଲାଇନ ବ୍ୟବସ୍ଥା କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.1 ° C
    25.1 °
    25.1 °
    25 %
    0.8kmh
    0 %
    Tue
    27 °
    Wed
    35 °
    Thu
    35 °
    Fri
    35 °
    Sat
    36 °

    ସମ୍ବନ୍ଧିତ