Wednesday, February 18, 2026
32.5 C
Odisha

    ମହିଳାଙ୍କୁ କଚାଡି ମାରିଲା ହାତୀ

    ଆଗକୁ ପଢନ୍ତୁ

    ଅନୁଗୁଳ : ଦିନକୁ ଦିନ ହାତୀଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି। ସୁନ୍ଦରଗଡ ବଣାଇ ସହର ମଧ୍ୟକୁ ହାତୀ ପଶି ଆସି ଆତଙ୍କ ମଚାଉଥିବାବେଳେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ପାଟକମୁଣ୍ଡା ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ମହିଳା ଜଣକ ବିଲକୁ ଯାଉଥିବାବେଳେ ହାତୀ ଆକ୍ରମଣର ଶିକାର ହୋଇଥିବା ଜଣାପଡିଛି। ମୃତକଙ୍କ ନାମ ମନ୍ଦିରୀ ସାହୁ ବୋଲି ଜଣାପଡିଛି। ସେପଟେ ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି। ମୃତକଙ୍କ ପରିବାକୁ ଉପଯୁକ୍ତ କ୍ଷତିପୂରଣ ଯୋଗାଇଦେବାକୁ ଗାଁ ଲୋକେ ଦାବି କରିଛନ୍ତି। ଅନ୍ୟପଟେ ଏହି ଅଞ୍ଚଳରେ ବାରମ୍ବାର ଏଭଳି ଘଟଣା ଘଟୁଥିଲେ ମଧ୍ୟ ବନ ବିଭାଗ କୌଣସି ପଦକ୍ଷେପ ନେଉନଥିବା
    ଗାଁ ଲୋକେ ଅଭିଯୋଗ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.5 ° C
    32.5 °
    32.5 °
    17 %
    3.2kmh
    0 %
    Wed
    31 °
    Thu
    34 °
    Fri
    35 °
    Sat
    37 °
    Sun
    36 °

    ସମ୍ବନ୍ଧିତ