Thursday, February 12, 2026
23.3 C
Odisha

    ମୁଖ୍ୟମନ୍ତ୍ରୀଙ୍କୁ ହେୟଜ୍ଞାନ କରାଯାଉଛି ଅର୍ଥ ରାଜ୍ୟ ଅସହାୟ ସ୍ଥିତିରେ ଅଛି: ବିଜେଡି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର:ଭିଜିଲାନ୍ସ ସଚେତନତା ସପ୍ତାହ ଆରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବକ୍ତବ୍ୟରେ ତାଙ୍କ କଥାକୁ ହେୟଜ୍ଞାନ କରିବେ ନାହିଁ ଓ ତାଙ୍କ ସରକାରଙ୍କ ଏବେ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ କେବଳ ଟ୍ରେଲର ଓ ପୁରା ଫିଲ୍ମ ଆସିବା ବାକି ଅଛିକୁ ବିଜୁ ଜନତା ଦଳ ତରଫରୁ ଦୃଢ଼ ସମାଲୋଚନା କରାଯାଇଛି। ଶଙ୍ଖଭବନ ଠାରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମିଡିଆ ସଂଯୋଜକ ତଥା ମୁଖପାତ୍ର ଡ଼ଃ ଲେନିନ ମହାନ୍ତି କହିଥିଲେ, ମୁଖ୍ୟମନ୍ତ୍ରୀଙ୍କୁ ହେୟଜ୍ଞାନ କରାଯାଉଛି ବୋଲି ଜାଣି ଆମେ ଦୁଃଖିତ ।
    ମୁଖ୍ୟମନ୍ତ୍ରୀକୁ ହେୟଜ୍ଞାନ କରାଯାଉଛି ଅର୍ଥ ସରକାର ଅସହାୟ ଅବସ୍ଥାରେ ଅଛନ୍ତି, ଆଉ ସରକାର ଅସହାୟ ରହିଲେ ରାଜ୍ୟ ମଧ୍ୟ ଅସହାୟ ହୋଇ ପଡିବ। ଏଣୁ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିବା ଉଚିତ, କିଏ କେଉଁ ପରିସ୍ଥିତିରେ ତାଙ୍କୁ ହେୟଜ୍ଞାନ କରୁଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା ଏବେ ପର୍ଯ୍ୟନ୍ତ କରାଯାଇଥିବା କାର୍ଯ୍ୟକ୍ରମ ଗୁଡିକ କେବଳ ଟ୍ରେଲର ଉକ୍ତି ଉପରେ ସେ କହିଥିଲେ, ଆମେ ଦେଖିଥିଲୁ, ମୁଖ୍ୟମନ୍ତ୍ରୀ ନିକଟରେ ଏକ ଯାତ୍ରା ପେଣ୍ଡାଲରେ ଡାଇଲଗ ବାଜି କରୁଥିଲେ। ସମ୍ଭବତଃ, ସେହି କାରଣରୁ ସେ ଟ୍ରେଲର ଓ ଫିଲ୍ମ ଉକ୍ତି ବାଢୁଛନ୍ତି। ଅନେକ ମିଥ୍ୟା ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ରାଜ୍ୟ ବିଜେପି ସରକାର ବାସ୍ତବରେ ତାଙ୍କର ପ୍ରତିଶ୍ରୁତି ରକ୍ଷା କରିବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ସେଇ ବିଫଳତାକୁ ଲୁଚାଇବାକୁ ଯାଇ ଡାଇଲଗ ବାଜି କରାଯାଉଛି ବୋଲି ଦଳର ମିଡିଆ ସଂଯୋଜକ ତଥା ମୁଖପାତ୍ର ଡ଼ଃ ଲେନିନ ମହାନ୍ତି କହିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.3 ° C
    23.3 °
    23.3 °
    28 %
    1.8kmh
    0 %
    Thu
    25 °
    Fri
    32 °
    Sat
    34 °
    Sun
    34 °
    Mon
    35 °

    ସମ୍ବନ୍ଧିତ