Friday, February 13, 2026
22.6 C
Odisha

    ମୁଣ୍ଡବିନ୍ଧାର କାରଣ ପାଲଟିଛି ମାଗଣା ଯୋଜନା; ଋଣ ଜାଲରେ ମଧ୍ୟପ୍ରଦେଶ ସରକାର

    ଆଗକୁ ପଢନ୍ତୁ

    ଋଣରେ ମଧ୍ୟପ୍ରଦେଶ ସରକାର । ଋଣ ଭାରରେ ଫସିଫସି ଯାଉଛନ୍ତି ମଧ୍ୟପ୍ରଦେଶର ମୋହନ ଯାଦବ ସରକାର । ମାଗଣା ଯୋଜନା ଏହି ଋଣର କରାଣ ପାଲଟିଛି। ମଧ୍ୟପ୍ରଦେଶର ମୋହନ ଯାଦବ ସରକାର ପୂର୍ବରୁ ବହୁତ ଋଣରେ ଅଛନ୍ତି। ବର୍ତ୍ତମାନ ସରକାର ପୁଣି ଥରେ ଋଣ ନେବାକୁ ଯାଉଛନ୍ତି। ଏଥର ରାଜ୍ୟ ସରକାର ପ୍ରାୟ ୮୮ ହଜାର ୪୫୦ କୋଟି ଟଙ୍କାର ଋଣ ନେବେ। ମାଗଣା ଯୋଜନା ଚଳାଇବା ପାଇଁ ସରକାର ଏହି ବଡ଼ ଋଣ ନେଇପାରନ୍ତି ବୋଲି କୁହାଯାଉଛି। ଏହି ଋଣ କାରଣରୁ ସରକାରୀ କର୍ମଚାରୀଙ୍କ ଦରମା ବନ୍ଦ କରିପାରେ। କାରଣ ବର୍ତ୍ତମାନ ମଧ୍ୟପ୍ରଦେଶର ମୋଟ ବଜେଟର ଏକ ଅଷ୍ଟମ ଭାଗ ଋଣ ଏବଂ କିସ୍ତିରେ ଯାଉଛି। ଆଉ ଥରେ ଋଣ ନିଆଗଲେ ଏହି ପରିମାଣ ଆହୁରି ବୃଦ୍ଧି ପାଇବ। ମୋହନ ସରକାରଙ୍କ ପାଖରେ ୩ ଲକ୍ଷ ୫୦ ହଜାର କୋଟି ଋଣ ରହିଛି। ଏହା ପରେ ପୁଣି ଥରେ ରାଜ୍ୟ ସରକାର ୮୮ ହଜାର ୪୫୦ କୋଟି ଟଙ୍କା ଋଣ ନେବାକୁ ଯାଉଛନ୍ତି। ସେଥିମଧ୍ୟରୁ ବଜାରରୁ ୭୩ ହଜାର ୫୪୦ କୋଟି ଟଙ୍କା ଏବଂ କେନ୍ଦ୍ର ସରକାରଙ୍କ ଠାରୁ ୧୫ ହାଜର କୋଟି ଟଙ୍କା ଋଣ ନିଆଯିବ। ୨୦୨୪ ମସିହା ୨୩ ଜାନୁଆରୀରେ ୨୫୦ କୋଟି ଟଙ୍କା, ୬ ଫେବ୍ରୁଆରୀରେ ୩ ହଜାର କୋଟି, ୨୦ ଫେବ୍ରୁଆରୀରେ ୫ହଜାର କୋଟି ଏବଂ ୨୭ ଫେବ୍ରୁଆରୀରେ ୫ହଜାର କୋଟି ଟଙ୍କା ଋଣ ନିଆଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.6 ° C
    22.6 °
    22.6 °
    25 %
    1.9kmh
    8 %
    Fri
    24 °
    Sat
    33 °
    Sun
    34 °
    Mon
    34 °
    Tue
    34 °

    ସମ୍ବନ୍ଧିତ