Saturday, February 15, 2025
16.3 C
Odisha

    ମୋହନାରେ ମୃଦୁ ଭୂକମ୍ପ

    ଆଗକୁ ପଢନ୍ତୁ

    ଗଜପତି : ମୋହନାରେ ମୃଦୁ ଭୂକମ୍ପ । ସକାଳ ପ୍ରାୟ ୯ଟା ୫ ମିନିଟ ସମୟରେ ଅନୁଭୂତ ହେଲା ଭୂକମ୍ପ । ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ମୃଦୁ ଭୂମିକମ୍ପ ଅନୁଭୁତ ହୋଇଛି l ସକାଳ ପ୍ରାୟ ୯ଟା୫ ମିନିଟ ସମୟରେ ଅଚାନକ ଏକ ଶବ୍ଦ ହୋଇଥିଲା ।  ଭୂମିକମ୍ପ ହେଉଥିବା ନେଇ ଲୋକେ ଜାଣିବା ପରେ ଭୟରେ ଘରୁ ବାହାରକୁ ଚାଲି ଆସିଥିଲେ । ପ୍ରାୟ ୨ ସେକେଣ୍ଡ ଧରି ଭୂମିକମ୍ପ ଅନୁଭୁତ ହୋଇଥିଲା । ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି ।

    ସେହିପରି ଡିସେମ୍ବର ୨୮ରେ ମଧ୍ୟ ମୋହନାରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା । ଅପରାହ୍ନ ୧ ଟା ୧ ମିନିଟରେ ଭୂମିକମ୍ପ ହୋଇଥିବା ବେଳେ ଅଡ଼ବା, ଚାନ୍ଦିପୁଟ, ଲୁହାଗୁଡ଼ି ଓ ତପ୍ତପାଣି ଅଞ୍ଚଳରେଅନୁଭୂତ ହୋଇଥିଲା । ପ୍ରାୟ ୨ ସେକେଣ୍ଡ ପାଖାପାଖି ଭୂକମ୍ପ ହୋଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    16.3 ° C
    16.3 °
    16.3 °
    16 %
    1.4kmh
    5 %
    Sat
    33 °
    Sun
    35 °
    Mon
    36 °
    Tue
    37 °
    Wed
    36 °

    ସମ୍ବନ୍ଧିତ