ମେ’୧୬ରେ ପିପିଲି ଉପନିର୍ବାଚନ

ମେ’୧୬ରେ ପିପିଲି ଉପନିର୍ବାଚନ
ମେ’୧୬ରେ ପିପିଲି ଉପନିର୍ବାଚନ

ମେ’ ୧୬ ତାରିଖରେ ପିପିଲି ଉପନିର୍ବାଚନ ଲାଗି ଭୋଟ ଗ୍ରହଣ ପ୍ରକ୍ରିୟା ଅନୁଷ୍ଠିତ ହେବ। ପୂର୍ବରୁ ମେ’ ୧୩ ତାରିଖରେ ନିର୍ବାଚନ ହେବ ବୋଲି ନିର୍ବାଚନ କମିଶନ ଘୋଷଣା କରିଥିଲେ। କିନ୍ତୁ ୧୩ରେ ଇଦ୍-ଉଲ୍-ଫିତର ପଡ଼ୁଥିବାରୁ ତାରିଖ ବଦଳାଯାଇଛି। ଏହି ପରିପ୍ରେକ୍ଷୀରେ ନିର୍ବାଚନ ସମ୍ପର୍କିତ ଗାଇଡଲାଇନ ସିଇଓ ସୁଶୀଲ ଲୋହାନୀ ଘୋଷଣା କରିଛନ୍ତି। ୪୮ ଘଣ୍ଟା ପରିବର୍ତ୍ତେ ଏବେ ୭୨ ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ କରାଯିବ। ସେଥିପାଇଁ ପିପିଲିରେ ୧୩ ତାରିଖ ସଂଧ୍ୟାରୁ ପ୍ରଚାର କାର୍ଯ୍ୟ ବନ୍ଦ କରାଯିବ। ରାଜନୈତିକ ସଭା ଓ ସମାବେଶକୁ ନିର୍ବାଚନ କମିଶନ ବାରଣ କରିଛନ୍ତି। ଭର୍ଚୁଆଲ ମାଧ୍ୟମରେ ରାଜନୈତିକ ଦଳମାନେ ପ୍ରଚାର କରିପାରିବେ। ଘରକୁ ଘର ବୁଲି ପ୍ରଚାରରେ ସର୍ବାଧିକ ୫ଜଣଙ୍କୁ ଏକାଠି ଅନୁମତି ମିଳିବ। ଭୋଟଗ୍ରହଣ କେନ୍ଦ୍ରରେ ସମସ୍ତଙ୍କ ଶରୀରର ତାପମାତ୍ରା ମପାଯିବ। ଯେଉଁ ଭୋଟରଙ୍କଠାରେ ଲକ୍ଷଣ ଦେଖାଯିବ ସେମାନେ ସଂନ୍ଧ୍ୟା ୫ ପରେ ଭୋଟ ଦେବେ ବୋଲି ଜଣାପଡ଼ିଛି।