ମେ ପହିଲାରୁ ୧୮ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ଟିକା, ନବୀନଙ୍କ ପ୍ରସ୍ତାବକୁ ଗ୍ରହଣ କଲା କେନ୍ଦ୍ର

ମେ ପହିଲାରୁ ୧୮ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ଟିକା, ନବୀନଙ୍କ ପ୍ରସ୍ତାବକୁ ଗ୍ରହଣ କଲା କେନ୍ଦ୍ର
ମେ ପହିଲାରୁ ୧୮ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ଟିକା, ନବୀନଙ୍କ ପ୍ରସ୍ତାବକୁ ଗ୍ରହଣ କଲା କେନ୍ଦ୍ର

ଆସନ୍ତା ମେ’ ପହିଲାରୁ ୧୮ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ଦିଆଯିବା କରୋନା ଟିକା । ତୃତୀୟ ପର୍ଯ୍ୟାୟ ଟିକାକରଣରେ ୧୮ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ଟିକା ଦିଆଯିବା ନେଇ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । ଔଷଧ କମ୍ପାନୀ ଓ ବରିଷ୍ଠ ଡାକ୍ତରଙ୍କ ସହ ସୋମବାର ଦିନ ପ୍ରଧାନମନ୍ତ୍ରୀ ଆଲୋଚନା କରିବା ପରେ ଏହି ନିଷ୍ପତି ନେଇଛନ୍ତି । ସୂଚନାଯୋଗ୍ୟ,କରୋନା ଟିକାକରଣକୁ ଅଧିକ ଗତି ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି ଦିନ ତଳେ କେନ୍ଦ୍ର ସରକାରଙ୍କୁ ଟିକା ଖୋଲା ବଜାରରେ ଉପଲବ୍ଧ କରାଇବା ନେଇ ପ୍ରସ୍ତାବ ଦେଇଥିଲେ । ନବୀନଙ୍କ ପ୍ରସ୍ତାବ ଉପରେ ମୋହର ମାରିଛନ୍ତି କେନ୍ଦ୍ର ସରକାର । ଟିକା ଉତ୍ପାଦନକାରୀ ୫୦ ପ୍ରତିଶତ ଟିକା କେନ୍ଦ୍ରକୁ ଦେବେ ଓ ବାକି ଟିକା ରାଜ୍ୟ ସରକାରଙ୍କୁ ଓ ଖୋଲା ବଜାରରେ ବିକ୍ରି ପାଇଁ ଉପଲବ୍ଧ ।