ମୋ ସ୍କୁଲ ଅଭିଯାନରେ ୯୫ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ, ୨୩ ଜିଲ୍ଲାର ପ୍ରକଳ୍ପକୁ ଅନୁମୋଦନ

ମୋ ସ୍କୁଲ ଅଭିଯାନରେ ୯୫ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ, ୨୩ ଜିଲ୍ଲାର ପ୍ରକଳ୍ପକୁ ଅନୁମୋଦନ
ମୋ ସ୍କୁଲ ଅଭିଯାନରେ ୯୫ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ, ୨୩ ଜିଲ୍ଲାର ପ୍ରକଳ୍ପକୁ ଅନୁମୋଦନ

ମୋ ସ୍କୁଲ ଅଭିଯାନରେ ୯୫ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ । କରୋନା କାଳରେ ମୋଟ୍‌ ୨୩ ଜିଲ୍ଲାର ପ୍ରକଳ୍ପକୁ ଅନୁମୋଦନ ମିଳିଛି । ମାସେ ଭିତରେ ମୋ ସ୍କୁଲ ଅଭିଯାନରେ ଯୋଡ଼ି ହୋଇଛନ୍ତି ୨୩ ହଜାରରୁ ଅଧିକ ପୁରାତନ ଛାତ୍ରଛାତ୍ରୀ । ନିଜ ନିଜ ବିଦ୍ୟାଳୟର ବିକାଶ ପାଇଁ ସେମାନେ ୧୧ କୋଟି ୫୬ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ।ବାଲେଶ୍ୱର ଜିଲ୍ଲାରେ ଲାଗାତାର ୭ମ ଥର ପାଇଁ ପୁରତନ ଛାତ୍ରଛାତ୍ରୀ ସର୍ବାଧିକ ସର୍ବାଧିକ ଆର୍ଥିକ ଅନୁଦାନ ପ୍ରଦାନ କରିଛନ୍ତି । ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ବିକାଶକୁ ଗୁରୁତ୍ୱ ଦିଆଯାଇଛି । ଅଗଷ୍ଟ ମାସରୁ ରାଜ୍ୟରେ ଲର୍ଣ୍ଣି କ୍ୟାମ୍ପ ହେବ । ବର୍ତ୍ତମାନ ସୁଦ୍ଧା ୫ ଲକ୍ଷ ୪୮ ହଜାର ପୁରାତନ ଛାତ୍ରଛାତ୍ରୀ ମୋ ସ୍କୁଲ ଅଭିଯାନରେ ସାମିଲ ହୋଇଛନ୍ତି । ରାଜ୍ୟର ସବୁ ଜିଲ୍ଲାରୁ ସାମିଲ ହୋଇଛି ୩୫ ହଜାରରୁ ଅଧିକ ସ୍କୁଲ । କୋଭିଡ୍‌ ସ୍ଥିତିକୁ ଦୃଷ୍ଟିରେ ରଖି ଭର୍ଚୁଆଲରେ ମୋ ସ୍କୁଲ ଅଭିଯାନର ୨୬ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା