Monday, May 25, 2026
26.8 C
Odisha

    ଯଦି ୱାର୍କ ଆଉଟ ପରେ ମଧ୍ୟ ଓଜନ ବୃଦ୍ଧି ହେଉଛି ତେବେ ଏହା ପଛରେ କାରଣ ଜାଣନ୍ତୁ

    ଆଗକୁ ପଢନ୍ତୁ

    କିଛି ଲୋକ ନିୟମିତ ବ୍ୟାୟାମ କରିଥାଆନ୍ତି, ଜିମ ଯାଇଥାଆନ୍ତି କିନ୍ତୁ ସେମାନଙ୍କ ଓଜନ ହ୍ରାସ ହୋଇନଥାଏ, କିନ୍ତୁ କାହିଁକି ଓଜନ ହ୍ରାସ ହୋଇ ନଥାଏ ଏବଂ ଏହା ପଛରେ କଣ କାରଣ ରହିଛି ତାହା ପ୍ରତ୍ୟେକ ବ୍ୟକ୍ତି ନିହାତି ଜାଣିବା ଜରୁରୀ। ତେବେ ଆସନ୍ତୁ ଜାଣିବା ସେହି କାରଣ ଗୁଡିକ କଣ ?

    * ଯେତେବେଳେ ଶରୀରରେ ପାଣିର କମି ହୋଇ ଯାଇଥାଏ, ସେତେବେଳେ ଶରୀର ପାଣିକୁ ଅଟକାଇ ବାକୁ ଚେଷ୍ଟା କରିଥାଏ, ଏହି କାରଣରୁ ଶରୀର ଫୁଲି ଉଠିଥାଏ ଓ ଓଜନ ବୃଦ୍ଧି ହୋଇଥାଏ।ତେଣୁ ଦିନସାରା ଯେତେ ଅଧିକ ପାଣି ପିଇବା ଜରୁରୀ।

    * ଯଦି ଆପଣ ବ୍ୟାୟାମ ପରେ ହାଇ କ୍ୟାଲୋରୀ ଯୁକ୍ତ ଭୋଜନ କରୁଛନ୍ତି ତେବେ ଆପଣଙ୍କ ଓଜନ ବୃଦ୍ଧି ହେବ, ତେଣୁ ସନ୍ତୁଳିତ ଭୋଜନ କରନ୍ତୁ। ନିଜ ଭୋଜନରେ ପ୍ରୋଟିନ, କାର୍ବୋହାଇଡ୍ରେଟ ଫାଇବର ରହିବା ଜରୁରୀ।

    * ପର୍ଯ୍ୟାପ୍ତ ମାତ୍ରାରେ ନଶୋଇବା ଦ୍ୱାରା ଶରୀରରେ ହର୍ମୋନ ଅସନ୍ତୁଳିତ ରହିଥାଏ, ଯାହାଦ୍ୱାରା ଭୋକ ବୃଦ୍ଧି ହୋଇଥାଏ ଏବଂ ଓଜନ ବୃଦ୍ଧି ହୋଇଥାଏ, ତେଣୁ ଦିନକୁ ୭ରୁ ୮ ଘଣ୍ଟା ନିହାତି ଶୁଆନ୍ତୁ।କିଛି ଲୋକ ଭାବି ଥାଆନ୍ତି ବ୍ୟାୟାମ କରିବା ଦ୍ୱାରା ଯାହା ଚାହିଁବେ ତାହା ଖାଇ ପାରିବେ,ଏବଂ ସେହି ଖାଦ୍ୟ କାରଣରୁ ଓଜନ ବୃଦ୍ଧି ହେବା ସ୍ୱାଭାବିକ ହୋଇଯାଏ। ତେଣୁ ନିୟମିତ ପୌଷ୍ଟିକ ଖାଦ୍ୟ ଖାଇବା ଜରୁରୀ।

    * ଖୁବ ଅଧିକ ବ୍ୟାୟାମ କରିବା ଦ୍ୱାରା ଶରୀର ଥକି ଯାଇଥାଏ, ଓ ମେଟାବୋଲିଯିମ ଧୀର ହୋଇଯାଏ, ଏହାଦ୍ୱାରା ଓଜନ ହ୍ରାସ ହେବା ବଦଳରେ ବଢିଯାଏ। ତେଣୁ ଯେତେବେଳେ ମଧ୍ୟ ବ୍ୟାୟାମ କରୁଛନ୍ତି ନିଜ ସମୟ କୁ ଆକ୍ଷି ଆଗରେ ରଖି କରନ୍ତୁ ଏହାଛଡା ଦ୍ରୁତ ବେଗରେ ବ୍ୟାୟାମ କରନ୍ତୁ ନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    26.8 ° C
    26.8 °
    26.8 °
    85 %
    2kmh
    66 %
    Mon
    43 °
    Tue
    45 °
    Wed
    46 °
    Thu
    46 °
    Fri
    43 °

    ସମ୍ବନ୍ଧିତ