Saturday, February 14, 2026
16.3 C
Odisha

    ଯମୁନା ପଶ୍ଚିମବଙ୍ଗକୁ ଯିବା ଗୁଜବ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ଖୁଣ୍ଟିଆ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର/ ବାରିପଦା: ବାଘୁଣୀ ‘ଜୀନତ୍’ ଓ ‘ଯମୁନା’ ଓଡ଼ିଶାରେ ଅଛନ୍ତି। ଯମୁନା ପଶ୍ଚିମବଙ୍ଗ ଯିବା ଏକ ଗୁଜବ ବୋଲି କହିଛନ୍ତି ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ଖୁଣ୍ଟିଆ। ସେ କହିଛନ୍ତି, ‘ଜୀନତ୍’ ଓ ଯମୁନା ଶିମିଳିପାଳ ଜଙ୍ଗଲରେ ବୁଲୁଛନ୍ତି। ସେମାନଙ୍କ ବିଷୟରେ ମୁଁ ବରିଷ୍ଠ ବନ ଅଧିକାରୀମାନଙ୍କ ସହ ନିୟମିତ କଥା ହେଉଛି।

    ଏଣେ ବାଘ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହୋଇଛନ୍ତି ଓଡ଼ିଶା ଓ ପଶ୍ଚିମବଙ୍ଗ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକତାରେ ଆୟୋଜିକ ଏକ ରାଜନୈତିକ ସମାବେଶରେ ଯୋଗଦେଇ ଓଡ଼ିଶା ସରକାରଙ୍କୁ ସମାଲୋଚନା କରିଛନ୍ତି। ବାଘ ଏବେ ପୁରୁଲିଆରେ ଅଛି, ତାକୁ ଓଡ଼ିଶା ସରକାର ନେଇଯାଆନ୍ତୁ ବୋଲି କହିବା ପରେ ରାଜନୀତି ଉଷ୍ମ ହୋଇଛି। ମହାରାଷ୍ଟ୍ରରୁ ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟକୁ ଆସିଥିବା ବାଘୁଣୀ ‘ଜୀନତ୍’ ଏବେ ଉତ୍ତର ଶିମିଳିପାଳର ଏନ୍କ୍ଲୋଜରରେ ରହିଥିବା ବେଳେ ବାଘୁଣୀ ‘ଯମୁନା’ ଦକ୍ଷିଣ ଶିମିଳିପାଳର ଲ୍ୟାଣ୍ଡସ୍କେପ୍ରେ ଚଳପ୍ରଚଳ କରୁଛି। ଦୁଇଟିଯାକ ବାଘୁଣୀ ପାଇଁ ସ୍ୱତନ୍ତ୍ର ଟିମ୍ ନିୟୋଜିତ ହୋଇଛନ୍ତି। ଉଭୟଙ୍କୁ କ୍ୟାମେରା ଓ କଲାର୍ ଆଇଡି ଜରିଆରେ ନଜରରେ ରଖାଯାଇଛି। ଏଭଳି ସ୍ଥିତିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଏପରି ମନ୍ତବ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି। ଏହାକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    16.3 ° C
    16.3 °
    16.3 °
    41 %
    1kmh
    4 %
    Sat
    32 °
    Sun
    33 °
    Mon
    34 °
    Tue
    34 °
    Wed
    34 °

    ସମ୍ବନ୍ଧିତ