ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଅଗ୍ନିକାଣ୍ଡ

ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଅଗ୍ନିକାଣ୍ଡ
ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଅଗ୍ନିକାଣ୍ଡ

ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଘଟିଛି। ଗତ ବିଳମ୍ବିତ ରାତ୍ରିରେ ପ୍ଲାଣ୍ଟର ଏସଏମଏସ-୨ରେ ସ୍ଲାଗ୍ ବଏଲର ଫାଟି ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିିକାଣ୍ଡରେ ସ୍ଲାଗ ବଏଲର ଓ କଣ୍ଟ୍ରୋଲରୁମ୍ ସମ୍ପୂର୍ଣ୍ଣ ପୋଡିଯାଇଛି। କଣ୍ଟ୍ରୋଲରୁମର ବହୁ ଯନ୍ତ୍ରପାତି ଓ ବିଦ୍ୟୁତ୍ ସରଞ୍ଜାମ ନଷ୍ଟ ହୋଇଯାଇଛି। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଆଶ୍ୱସ୍ତିକର ବିଷୟ ଯେ ଏହି ଅଗ୍ନିକାଣ୍ଡରେ କାହାରି ମୃତ୍ୟୁ ହୋଇନାହିଁ।

ଅଗ୍ନିକାଣ୍ଡ ପରେ ବର୍ତ୍ତମାନ ଏସଏମଏସ-୨ରେ କାମ ବନ୍ଦ ରହିବା ସହ ଉକ୍ତ ଅଞ୍ଚଳକୁ କର୍ଡନ କରାଯାଇ ଯାଞ୍ଚ କରାଯାଉଛି। ସେପଟେ ଅଗ୍ନିକାଣ୍ଡର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଆରଏସପି ସିଇଓ। ୪ ଜଣ ସିଜିଏମ ଘଟଣାର ତଦନ୍ତ କରି ରିପୋର୍ଟ ଦେବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।