ରେକର୍ଡ କଲା ପେଟ୍ରୋଲ ଦର: ରାଜ୍ୟରେ ୮୫ ପାର

ରେକର୍ଡ କଲା ପେଟ୍ରୋଲ ଦର: ରାଜ୍ୟରେ ୮୫ ପାର
ରେକର୍ଡ କଲା ପେଟ୍ରୋଲ ଦର: ରାଜ୍ୟରେ ୮୫ ପାର

ଭୁବନେଶ୍ୱର, ବର୍ତ୍ତମାନ ପେଟ୍ରୋଲ ଲିଟର ପିଛା ୮୫ ଟଙ୍କା ପାର ହୋଇଛି। ଆଜି ପେଟ୍ରୋଲ ଲିଟର ପିଛା ୨୫ ପଇସା ବୃଦ୍ଧି ହୋଇ ଏହା ୮୫ ଟଙ୍କା ୯ ପଇସାରେ ପହଞ୍ଚିଛି। ସେହିଭଳି ଡିଜେଲ ଲିଟର ପିଛା ୨୭ ପଇସା ବୃଦ୍ଧି ହୋଇ ୮୧ ଟଙ୍କା ୨୯ ପଇସାରେ ପହଞ୍ଚିଛି।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବଢ଼ୁଥିବାରୁ ରାଷ୍ଟ୍ରାୟାତ୍ତ ତୈଳ କମ୍ପାନୀ ଗୁଡ଼ିକ ପେଟ୍ରୋଲ ଓ ଡିଜେଲ ଦର ବଢ଼ାଇଥିବା ସୂଚନା ମିଳିଛି। ଗତ କିଛିଦିନ ଧରି ପେଟ୍ରୋଲ ଦର ବୃଦ୍ଧି ହେଉଛି।