ରୋଚକ ମୋଡ଼ ରେ ଝରାଫୁଲ ମୃତ୍ୟୁ ରହସ୍ୟ; ପୁଲିସ ହାତରେ ଲାଗିଲା ସ୍କୁଟି

ରୋଚକ ମୋଡ଼ ରେ ଝରାଫୁଲ ମୃତ୍ୟୁ ରହସ୍ୟ; ପୁଲିସ ହାତରେ ଲାଗିଲା  ସ୍କୁଟି
ରୋଚକ ମୋଡ଼ ରେ ଝରାଫୁଲ ମୃତ୍ୟୁ ରହସ୍ୟ; ପୁଲିସ ହାତରେ ଲାଗିଲା  ସ୍କୁଟି

ଭୁବନେଶ୍ୱର; ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକର ମୃତ୍ୟୁ ଘଟଣାରେ ବ୍ୟବହାର ହୋଇଥିବା ସ୍କୁଟିକୁ ପୁଲିସ ଜବତ କରିଛି। ଭୁବନେଶ୍ୱର ସୁନ୍ଦରପଦା ନିକଟରୁ ଯାଜପୁର ପୁଲିସ ଏହି ସ୍କୁଟର ଜବତ କରିଛି। ଏହି ସ୍କୁଟରରେ ଝରାଫୁଲଙ୍କ ମୃତ ଦେହକୁ ଭୁବନେଶ୍ୱରରୁ ନେଇ ଯାଜପୁର କୁଆଖିଆ ନିକଟରେ ଝରାଫୁଲଙ୍କ ବଏଫ୍ରେଣ୍ଡ୍‌ ରାକେଶ ସ୍ୱାଇଁ ଓ ତାଙ୍କ ସହଯୋଗୀ ଫିଙ୍ଗିଥିଲେ। ସିସିଟିଭି ଫୁଟେଜରେ ଏହି ଦୃଶ୍ୟ କଏଦ ହୋଇଥିଲା।

ଅନ୍ୟପଟେ, ଅଭିଯୁକ୍ତ ରାକେଶ ସ୍ୱାଇଁଙ୍କ ଆଜି ରିମାଣ୍ଡ ଅବଧିର ଶେଷ ଦିନ। ତାଙ୍କୁ ତିନି ଦିନିଆ ରିମାଣ୍ଡରେ ଆଣି ପୁଲିସ ପଚରାଉଚରା କରୁଛି। ଗତକାଲି ରାକେଶଙ୍କୁ ଯାଜପୁରରୁ ସିଧାସଳଖ ଭୁବନେଶ୍ୱର ଆଣିଥିଲା ପୁଲିସ‌। ଏହାପରେ ତାଙ୍କୁ ଧର୍ମବିହାର ସ୍ଥିତ ଗେଷ୍ଟ ହାଉସକୁ ନେଇ ସିନ୍ ରିକ୍ରିଏସନ୍ କରାଯାଇଥିଲା।