ରାଜଧାନୀରେ ୫ଟି ଜାଗାରେ କରୋନା ଟିକା

ରାଜଧାନୀରେ ୫ଟି ଜାଗାରେ କରୋନା ଟିକା
ରାଜଧାନୀରେ ୫ଟି ଜାଗାରେ କରୋନା ଟିକା

ଭୁବନେଶ୍ୱର, ଆସନ୍ତା ୧୬ ତାରିଖରେ ସମଗ୍ର ଦେଶରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରର ୫ଟି ସ୍ଥାନରେ ଟିକା ଦିଆଯିବ। କ୍ୟାପିଟାଲ ହସ୍ପିଟାଲ, ବିଏମସି ହସ୍ପିଟାଲ, ସମ୍ ଓ କିମ୍ସ ହସ୍ପିଟାଲ, ୟୁନିଟ-୪ ସରକାରୀ ହସ୍ପିଟାଲ ସେଣ୍ଟରରେ ଭ୍ୟାକ୍ସିନ ଲଞ୍ଚ କରାଯିବ। ଭୁବନେଶ୍ୱରର ୨୧ ହଜାର ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡ଼ିର କର୍ମଚାରୀଙ୍କୁ ଟିକା ମିଳିବ। ଏଥିସହିତ ଆଜି ସଂନ୍ଧ୍ୟା ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ ଚାଲିବ ବୋଲି ଜଣାପଡ଼ିଛି।