ରାଜଧାନୀ ରୁ ୨ ଆକ୍ରାନ୍ତ ଚିହ୍ନଟ: ୧୦ ସୁସ୍ଥ

ରାଜଧାନୀ ରୁ ୨ ଆକ୍ରାନ୍ତ ଚିହ୍ନଟ: ୧୦ ସୁସ୍ଥ
ରାଜଧାନୀ ରୁ ୨ ଆକ୍ରାନ୍ତ ଚିହ୍ନଟ: ୧୦ ସୁସ୍ଥ

ଭୁବନେଶ୍ୱର: ଭୁବନେଶ୍ୱରରେ ୨ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ପଳାସୁଣୀରୁ ଜଣେ ଓ ଟଙ୍କପାଣି ରୋଡରୁ ଜଣେ ରହିଛନ୍ତି। ଅନ୍ୟପଟେ ୧୦ ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।ସୂଚନାଯୋଗ୍ୟ, ଆଜିର ୨ ଜଣଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୯୨୩କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୩୧ ହଜାର ୫୦୦ ଜଣ ସୁସ୍ଥ ହୋଇଛନ୍ତି, ୨୪୭ ଜଣଙ୍କର ମୃତ୍ୟୁ ଘଟିଛି ଓ ୧୪୫ ଜଣଙ୍କ ଚିକିତ୍ସା ଜାରି ରହିଛି।