ରାଜନୀତିକୁ ରଜନୀକାନ୍ତଙ୍କ ନା’

ରାଜନୀତିକୁ ରଜନୀକାନ୍ତଙ୍କ ନା’
ରାଜନୀତିକୁ ରଜନୀକାନ୍ତଙ୍କ ନା’

ସାଉଥ ସୁପରଷ୍ଟାର ରଜନୀକାନ୍ତ ରାଜନୀତିକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ଘୋଷଣାସ୍ୱରୂପ, ରଜନୀକାନ୍ତ ଆଉ ରାଜନୀତି ଦୁନିଆରେ ପାଦ ଥାପିବେ ନାହିଁ। ଏଥିସହିତ ତାଙ୍କ ପାର୍ଟି ରଜନୀ ମକ୍କଲ ମଦ୍ରମକୁ ମଧ୍ୟ ଭାଙ୍ଗି ଦେଇଛନ୍ତି। ଭବିଷ୍ୟତରେ କେବେ ବି ରାଜନୀତି ଦୁନିଆରେ ପ୍ରବେଶ କରିବେ ନାହିଁ ବୋଲି ମଧ୍ୟ ରଜନୀକାନ୍ତ କହିିଛନ୍ତି।

ପାର୍ଟି ଭାଙ୍ଗିବା ପରିପ୍ରେକ୍ଷୀରେ ରଜନୀକାନ୍ତ କହିଛନ୍ତି ଯେ, ସଂଗଠନ ଏବେ ରଜନୀ ରସୀଗର ନରପାନୀ ମନ୍ଦରାମ ନାମରେ ଜନତାଙ୍କ ସେବା କରିବ।

ସୂଚନାଯୋଗ୍ୟ, ରଜନୀକାନ୍ତ ୨୦୨୦ ଡିସେମ୍ବରରେ ରାଜନୀତିରେ ପାଦ ଥାପିବା ନେଇ ଘୋଷଣା କରିଥିଲେ। ପରେ ଏନେଇ ପୁର୍ନବିଚାର କରିବେ ବୋଲି କହିଥିଲେ। କିନ୍ତୁ ଏବେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ରାଜନୀତିକୁ ଆସିବା ଉପରେ ପୂର୍ଣ୍ଣ ବିରାମ ଲଗାଇ ଦେଇଛନ୍ତି।