ରାଜ୍ୟରେ ଆଉ ୫ କରୋନା ରୋଗୀ ମୃତ

ରାଜ୍ୟରେ ଆଉ ୫ କରୋନା ରୋଗୀ ମୃତ
ରାଜ୍ୟରେ ଆଉ ୫ କରୋନା ରୋଗୀ ମୃତ

ରାଜ୍ୟରେ ଗତ ୨୪ ଘଣ୍ଟାରେ ପାଖାପାଖି ୯ ହଜାର କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୫ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛି। ଏଥିସହିତ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୦୭୩ରେ ପହଞ୍ଚିଛି।

ଗତ ୨୪ ଘଣ୍ଟାରେ ମୃତ୍ୟୁ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ୩ ଜଣ ଓ ଖୋର୍ଦ୍ଧାରୁ ୨ ଜଣ ରହିଛନ୍ତି।