ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୩୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୩୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ
ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୩୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ଆଉ ୧୩୮ ଜଣ। ଏଥିସହିତ ରାଜ୍ୟରେ ମୋଟ କରୋନା ଆରୋଗ୍ୟ ସଂଖ୍ୟା ୩ ଲକ୍ଷ ୩୨ ହଜାର ୩୭୭ରେ ପହଞ୍ଚିଛି।ଆଜି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ୨୨ ଜଣ, ବରଗଡ଼ରୁ ୧୮ ଜଣ, କଟକରୁ ୧୫ ଜଣ, ସମ୍ବଲପୁରରୁ ୧୦ ଜଣ ରହିଛନ୍ତି।

ସୂଚନା ଅନୁସାରେ ରାଜ୍ୟରେ ଆଜି ୬୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୫ ହଜାର ୨୧୧ରେ ପହଞ୍ଚିଛି। ସେଥିରୁ ବର୍ତ୍ତମାନ ୮୭୫ ଜଣ ସକ୍ରିୟ ରହିଛନ୍ତି।