ରାଜ୍ୟରେ ଚିହ୍ନଟ ହେଲେ ନୂଆ ୨୬୩ କରୋନା ଆକ୍ରାନ୍ତ

ରାଜ୍ୟରେ ଚିହ୍ନଟ ହେଲେ ନୂଆ ୨୬୩ କରୋନା ଆକ୍ରାନ୍ତ
ରାଜ୍ୟରେ ଚିହ୍ନଟ ହେଲେ ନୂଆ ୨୬୩ କରୋନା ଆକ୍ରାନ୍ତ

ବହୁ ଦିନ ପରେ ଆଜି ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ୩ ଶହ ତଳକୁ ଖସିଛି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୬୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଭିତରେ ୧୫୧ ଜଣ ସଂଗରୋଧ କେନ୍ଦ୍ରର ଓ ୧୧୨ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି।
ଏହି ସଂକ୍ରମଣ ମଧ୍ୟରେ ସର୍ବାଧିକ ୪୫ ଜଣ ଅନୁଗୁଳ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି।ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬୭ ଲକ୍ଷ ୩୭ ହଜାର ୩୨୨ଟି କରୋନା ପରୀକ୍ଷା କରାଯାଇସାରିଥିବା ବେଳେ ସେଥିରୁ ୩ ଲକ୍ଷ ୨୭ ହଜାର ୫୪୨ଟି ପଜିଟିଭ ଆସିଛି। ସେହିପରି ମୋଟ ସଂକ୍ରମଣରୁ ୩ ଲକ୍ଷ ୨୨ ହଜାର ୬୪୮ ଜଣ ସୁସ୍ଥ ହୋଇସାରିଛନ୍ତି ଏବଂ ୨ ହଜାର ୯୯୧ ଜଣ ଚିକିତ୍ସାଧୀନ ରହିଛନ୍ତି।