ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ, ଆଜି ରାଜ୍ୟରେ ୮,୯୧୪ ନୂଆ କରୋନା ପଜିଟିଭ୍ ଚିହ୍ନଟ

ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ, ଆଜି ରାଜ୍ୟରେ ୮,୯୧୪ ନୂଆ କରୋନା ପଜିଟିଭ୍ ଚିହ୍ନଟ
ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ, ଆଜି ରାଜ୍ୟରେ ୮,୯୧୪ ନୂଆ କରୋନା ପଜିଟିଭ୍ ଚିହ୍ନଟ

ରାଜ୍ୟରେ କରୋନା ଏବେ ଏତେ ମାତ୍ରାରେ ଅସ୍ତବ୍ୟସ୍ତ କରି ରଖିଛି ଯେ କରୋନା ମହାମାରୀର ଏହି ଦ୍ୱିତୀୟ ଲହରକୁ ପ୍ରତିହତ କରିବା ପାଇଁ ରାଜ୍ୟ ପୁଣି ଲକଡାଉନ୍ ଲାଗୁ ହେବାକୁ ଯାଉଛି। ଗତ କାଲି ରାଜ୍ୟର କରୋନା ଗ୍ରାଫ ସାମାନ୍ୟ ହ୍ରାସ ପାଇଥିବା ବେଳେ ଆଜି ପୁଣି ଉପର ମୁହାଁ ହୋଇଛି। ଗତ ୨୪ ଘଣ୍ଟାରେ ରାଜ୍ୟର ୩୦ ଜିଲ୍ଲାରୁ ୮,୯୧୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୫,୦୮୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩,୮୩୩ ଲୋକାଲ୍ କେସ୍ ରହିଛି।

ଏହି ନୂଆ ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୫୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହିତ ଅନୁଗୁଳରୁ ୩୩୧, ବାଲେଶ୍ୱରରୁ ୧୭୯, ବରଗଡ଼ରୁ ୪୫୨, ଭଦ୍ରକରୁ ୩୫୧, ବଲାଙ୍ଗିରରୁ ୨୯୧, ବୌଦ୍ଧରୁ ୧୭୫, କଟକରୁ ୫୮୭, ଦେବଗଡ଼ରୁ ୧୦୩, ଢ଼େଙ୍କାନାଳରୁ ୧୪୯, ଗଜପତିରୁ ୧୬୫, ଗଞ୍ଜାମରୁ ୨୬୨, ଜଗତସିଂହପୁରରୁ ୧୦୯, ଯାଜପୁରରୁ ୨୩୨, ଝାରସୁଗୁଡ଼ାରୁ ୩୦୪, କଳାହାଣ୍ଡିରୁ ୨୩୬, କନ୍ଧମାଳରୁ ୬୨, କେନ୍ଦ୍ରାପଡ଼ାରୁ ୧୩୨, କେନ୍ଦୁଝରରୁ ୧୦୪, କୋରାପୁଟରୁ ୧୪୫, ମାଲକାନଗିରିରୁ ୭୩, ମୟୂରଭଞ୍ଜରୁ ୧୩୪, ନବରଙ୍ଗପୁରରୁ ୪୩୩, ନୟାଗଡ଼ରୁ ୧୯୪, ନୂଆପଡ଼ାରୁ ୨୭୮, ପୁରୀରୁ ୫୩୦, ରାୟଗଡ଼ାରୁ ୧୫୭, ସମ୍ବଲପୁରରୁ ୫୨୦, ସୋନପୁରରୁ ୧୨୧, ସୁନ୍ଦରଗଡ଼ରୁ ୫୯୨ ଓ ଷ୍ଟେଟପୁଲରୁ ୨୫୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏଥିସହିତ ରାଜ୍ୟରେ ମୋଟ କରୋନା ସଂକ୍ରମଣ ସଂଖ୍ୟା ୪ ଲକ୍ଷ ୭୧ ହଜାର ୫୩୬ରେ ପହଞ୍ଚିଛି। ସେଥିରୁ ୩ ଲକ୍ଷ ୯୭ ହଜାର ୫୭୫ ଜଣ ସୁସ୍ଥ ହୋଇଛନ୍ତି ଓ ୭୧ ହଜାର ୮୩୫ ଜଣ ଚିକିତ୍ସାଧୀନ ଅଛନ୍ତି।