ରାଜ୍ୟରେ ଲାଗିଲା ଲକଡାଉନ୍ : ୧୫ ଦିନ ପାଇଁ ସବୁ ବନ୍ଦ

ରାଜ୍ୟରେ ଲାଗିଲା ଲକଡାଉନ୍ :  ୧୫ ଦିନ ପାଇଁ ସବୁ ବନ୍ଦ
ରାଜ୍ୟରେ ଲାଗିଲା ଲକଡାଉନ୍ :  ୧୫ ଦିନ ପାଇଁ ସବୁ ବନ୍ଦ

ଭୁବନେଶ୍ୱର :   କରୋନା ସଂକ୍ରମଣ ବୃଦ୍ଧିକୁ ରୋକିବାକୁ କଡା ପଦକ୍ଷେପ ନେଲେ ରାଜ୍ୟ ସରକାର । ସଂକ୍ରମଣ ଚେନରେ ବ୍ରେକ୍ ଦେବାକୁ  ରାଜ୍ୟରେ ଲାଗିଛି ୧୫ ଦିନିଆ ଲକଡାଉନ୍ ।

ଲକଡାଉନ୍ ନେଇ ରାଜ୍ୟ ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର ଘୋଷଣା କରିଛନ୍ତି । ସୋମବାରରୁ ଲକଡାଉନ୍ ଲାଗୁ ହୋଇଛି । ଏହି ସମୟରେ ସମସ୍ତ ସାଧାରଣ ଚଳାଚଳ ବନ୍ଦ ରହିବ । କେବଳ ଜରୁରୀକାଳିନ ସେବା ଜାରି ରହିବ ।

ଏହି ସମୟରେ ଜରୁରୀ ସେବାକୁ ଛାଡିଦେଲେ ସବୁ କିଛି ବନ୍ଦ । ଜରୁରୀ କାମ ନଥିଲେ ଘର ନବାହାରିବାକୁ ପରାମର୍ଶ ଦିଆଯାଇଛି । ସମସ୍ତ ଦୋକାନ ବଜାର ଓ ପ୍ରତିଷ୍ଠାନ ବନ୍ଦ ରହିବ । ତେବେ କଟକଣା ସମୟରେ ସମସ୍ତ ମେଡିକାଲ, କ୍ଲିନିକ୍, ନର୍ସିଂ, ହୋମ୍, ମେଡିସିନ୍ ଷ୍ଟୋର ଆଦି ଖୋଲା ରହିବ । ରେଳ ଓ ବିମାନ ସେବା ମଧ୍ୟ ଜାରି ରହିବ ।

ଲକଡାଉନ୍ ପାଇଁ ପୋଲିସ ପକ୍ଷରୁ କଡା ଚେକିଂ ବ୍ୟବସ୍ଥା ହୋଇଛି । ଅମାନିଆଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହି ସମୟରେ  ଜୋରଦାର ଚେକିଂ ଓ ବ୍ଲକିଂ କରାଯିବ । ଟ୍ବିନସିଟିରେ ପାଟ୍ରୋଲିଂ ଆହୁରି କଡାକଡି ଭାବେ ପାଳନ ହେବ ।