ରାଜ୍ୟରେ ୫୮ ନୂଆ କରୋନା ପଜିଟିଭ କେସ୍

ରାଜ୍ୟରେ ୫୮ ନୂଆ କରୋନା ପଜିଟିଭ କେସ୍
ରାଜ୍ୟରେ ୫୮ ନୂଆ କରୋନା ପଜିଟିଭ କେସ୍

ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ହାର ଖୁବ୍ କମିଛି। ଆଜି ରାଜ୍ୟର ଗତ ୨୪ ଘଣ୍ଟାରେ ୧୮ଟି ଜିଲ୍ଲାରୁ ୫୮ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି କୌଣସି କରୋନା ଜନିତ ମୃତ୍ୟୁ ହୋଇନାହିଁ। ଏ ସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଅନୁସାରେ ଆଜି ସର୍ବାଧିକ ସୁନ୍ଦରଗଡ଼ରୁ ୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୬୩୬ରେ ପହଞ୍ଚିଛି। ସେଥିରୁ ୩ ଲକ୍ଷ ୩୪ ହଜାର ୫୩ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୯୧୪ ଜଣଙ୍କ ମୃତ୍ୟୁ ହୋଇଛି। ବର୍ତ୍ତମାନ ରାଜ୍ୟରେ ଆଉ ୬୧୬ ଜଣ କରୋନା ରୋଗୀ ଚିକିତ୍ସାଧୀନ ଅଛନ୍ତି।