ରୂପରେଖ, କ୍ୟାବିନେଟ୍ ବୈଠକରେ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟ୍ ଚିଠାକୁ ଅନୁମୋଦନ

ରୂପରେଖ, କ୍ୟାବିନେଟ୍ ବୈଠକରେ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟ୍ ଚିଠାକୁ ଅନୁମୋଦନ
ରୂପରେଖ, କ୍ୟାବିନେଟ୍ ବୈଠକରେ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟ୍ ଚିଠାକୁ ଅନୁମୋଦନ

ଭୁବନେଶ୍ୱର: ଫେବୃଆରୀ ୨୨ରେ ରାଜ୍ୟ ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏନେଇ ରାଜ୍ୟ ବଜେଟ୍ ର ରୂପରେଖ ଚୂଡାନ୍ତ ହୋଇଛି । ଗତ କାଲି ରାଜ୍ୟ କ୍ୟାବିନେଟ୍ ବୈଠକରେ ୧ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟ୍ ଚିଠାକୁ ଅନୁମୋଦନ କରାଯାଇଛି । ରାଜ୍ୟରେ ପୂର୍ବବର୍ଷ ଅପେକ୍ଷା ଚଳିତ ଆର୍ଥକ ବର୍ଷ ବଜେଟ୍ ଅପେକ୍ଷାକୃତ ଭାବରେ ଅଧିକ ହେବାକୁ ଯାଉଛି । ଯାହା ରାଜ୍ୟ ସରକାରଙ୍କ ପାଇଁ  ଅନେକ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଛି ।

ଚଳିତ ବର୍ଷ ବଜେଟ୍ ରେ କେଉଁ ବିଭାଗକୁ କେତେ ଅନୁଦାନ ମିଳିବ ଏବେ ତାହା ଉପରେ ପୁରା ରାଜ୍ୟ ବାସୀଙ୍କ ନଜର ରହିଛି । ତେବେ ମହାମାରୀ ପରେ ଏହା ରାଜ୍ୟର ପ୍ରଥମ ବଜେଟ୍ ହୋଇଥିବାରୁ ରାଜ୍ୟ ଅର୍ଥନୀତିକୁ ସଜାଡିବା ଓ ପୁରା ବଜେଟ୍ ର ପରିଚାଳନା କରିବା ଚଳିତ ଥର ରାଜ୍ୟ ଅର୍ଥ ବିଭାଗ ପାଇଁ ସବୁଠାରୁ ବଡ ଚ୍ୟାଲେଞ୍ଜ ହେବାକୁ ଯାଉଛି ।