ରବିବାରକୁ ଛାଡି ସବୁଦିନ ରାଜ୍ୟରେ ଜାରି ରହିବ ଟିକାକରଣ

ରବିବାରକୁ ଛାଡି ସବୁଦିନ ରାଜ୍ୟରେ ଜାରି ରହିବ ଟିକାକରଣ
ରବିବାରକୁ ଛାଡି ସବୁଦିନ ରାଜ୍ୟରେ ଜାରି ରହିବ ଟିକାକରଣ

ଭୁବନେଶ୍ୱର: ରାଜ୍ୟ​‌ରେ ଟିକାକରଣ ନେଇ ନୂଆ ଗାଇଡ୍‌ଲାଇନ୍‌ ଜାରି କରିଛି ରାଜ୍ୟ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ । ଆସନ୍ତା ୫ ତାରିଖରୁ ୧୯ ତାରିଖ ଯାଏଁ ରାଜ୍ୟରେ ଲକ୍‌ଡାଉନ୍‌ ଲାଗୁ ହେଉଥିବାରୁ ଟିକାକରଣ ନେଇ ସାନି ବିଜ୍ଞପ୍ତି ଜାରି କରିଛନ୍ତି ରାଜ୍ୟ ସରକାର । ରବିବାର ବ୍ୟତିତ ବାକି ସମସ୍ତ ଦିନରେ ଟିକାକରଣ ଜାରି ରହିବ । ଟିକା ନେବାକୁ ଚାହୁଁଥିବା ବ୍ୟକ୍ତିମାନେ ନିଜ ନିଜ ବ୍ୟବସ୍ଥାରେ ଯାଇ ସୋମବାରରୁ ଶନିବାର ମଧ୍ୟରେ ଟିକା ନେଇପାରିବେ ।