ରାମଚନ୍ଦ୍ର ଶିବଧନୁକୁ ଦୁଇଖଣ୍ଡ କଲେ କିପରି

ରାମଚନ୍ଦ୍ର ଶିବଧନୁକୁ ଦୁଇଖଣ୍ଡ କଲେ କିପରି

ରାମ ଲକ୍ଷ୍ମଣଙ୍କୁ ସଙ୍ଗରେ ନେଇ ସାଥୀ ଋଷିମାନଙ୍କ ଗହଣରେ ମହର୍ଷି ବିଶ୍ଵାମିତ୍ର ପଦବ୍ରଜରେ ଆସି ମିଥିଳା ରାଜ୍ଯରେ ପହଞ୍ଚିଲେ ରାମଚନ୍ଦ୍ରଙ୍କ ସୌନ୍ଦର୍ଯ୍ୟ କଥା ଚାରିଆଡେ ବ୍ଯାପିଯିବାରୁ ରାମଚନ୍ଦ୍ରଙ୍କୁ ଦେଖିବା ପାଇଁ ଲୋକେ ଦୌଡାଦୌଡି ହୋଇ ଧାଇଁ ଆସିଲେ ପୁରନାରୀମାନେ ସେମାନଙ୍କ ଛାତ ଉପରେ ଠିଆହୋଇ ଦେଖିଲେ ଭିଡହେତୁ ବହୁତ ଲୋକ ଗଛ ଉପରେ ଚଢି ରାମଚନ୍ଦ୍ରଙ୍କୁ ଦେଖିବାକୁ ଲାଗିଲେ ମହର୍ଷି ବିଶ୍ଵାମିତ୍ର ଆସୁଥିବାର ଶୁଣି ମିଥିଳାପତି ଜନକ ଧାଇଁ ଆସି ପାଛୋଟି ନେଇ ଉତ୍ତମ ଆସନରେ ବସାଇଲେ ବିଶ୍ଵାମିତ୍ରଙ୍କ ପାଖରେ ରାମ ଲକ୍ଷ୍ମଣ ଉପବେଶନ କଲେ ବିଶ୍ଵାମିତ୍ରଙ୍କ ଠାରୁ ଆର୍ଶୀବାଦ ପାଇ ରାଜ ଜନକ ବିଶ୍ଵାମିତ୍ରଙ୍କୁ ମିଥିଳା ଆସିବାର କାରଣ ପଚାରିବାରୁ ବିଶ୍ଵାମିତ୍ର କହିଲେ- ଦିହେଁ ହେଉଛନ୍ତି ଅଯୋଧ୍ୟାର ରାଜା ଦଶରଥଙ୍କର ପୁତ୍ର ଦିହେଁ ରାକ୍ଷସୀ ତାଡକା ରାକ୍ଷସ ସୁବାହୁ ତଥା ସେମାନଙ୍କର ଅସୁର ସୈନ୍ୟମାନଙ୍କୁ ଵଧ କରି ମୋ ଯଜ୍ଞକୁ ରକ୍ଷା କରିଥିଲେ ତୁମ୍ଭଠାକୁ ଆମେ ଆସିବା ପଥରେ ପାଷାଣମୟୀ ଅହଲ୍ଯା ରାମଙ୍କ ପାଦ ସ୍ପର୍ଶରେ ମୁକ୍ତିଲାଭ କଲେ ଶିବଧନୁ କଥା ଶୁଣି ଶିବଧନୁ ଦେଖିବେ ବୋଲି ଏହି ଦୁଇ ଭାଇ ଭାରି ଇଛା କରିଛନ୍ତି

ଶିବଧନୁକୁ ଦେଖି ଦିହେଁ ଅଯୋଧ୍ୟାକୁ ଫେରିଯିବେ ରାଜା ଦଶରଥଙ୍କର ଏହି ଦୁଇପୁତ୍ର ଶିବଧନୁ ଦେଖିବାକୁ ଆସିଛନ୍ତି ବୋଲି ବିଶ୍ଵାମିତ୍ରଙ୍କଠାରୁ ରାଜା ଜନକ ଶୁଣି ପ୍ରଥମେ ଶିବଧନୁର ଇତିହାସ ବର୍ଣ୍ଣନା କରିବାରେ ଲାଗିଲେ ଜନକ କହିଲେ ହେଉଛି ଶିବଙ୍କର ଧନୁ ଏହି ଧନୁଧରି ଶିବ ଦକ୍ଷପ୍ରଜାପତିଙ୍କର ଯଜ୍ଞ ଧ୍ଵଂସ କରିଥିଲେ ଏହାପରେ କ୍ରୋଧରେ ଶିବ ଦେବତାମାନଙ୍କୁ କହିଲେଯେହେତୁ ତୁମ୍ଭେମାନେ ଯଜ୍ଞରେ ମୋ ହବିର୍ଭାଗ କାଟି ଦେଇଛ ସେହି କାରଣରୁ ଏହି ଧନୁରେ ତୁମ୍ଭମାନଙ୍କର ଶିରଚ୍ଛେଦ କରିବି ଵୋଲି ମୁଁ ପ୍ରତିଜ୍ଞା କରିଛି ମୁଁ ଯଦି ଏହି ପ୍ରତିଜ୍ଞାକୁ ରକ୍ଷା କରି ପାରେ ତେଵେ ଧନୁକୁ ମୁଁ ଆଉ କେବେହେଲେ ଧରିବି ନାହିଁ ଏହିପରି ରାଜା ଜନକ ଶିବଧନୁ ବିଷୟରେ ମୂଳରୁ ଶେଷ ପର୍ଯ୍ୟନ୍ତ ଇତିହାସ ବର୍ଣ୍ଣନା କଲେ ଶିବଧନୁରେ ଯିଏ ଗୁଣ ଚଢେଇ ପାରିବ ତାକୁ ସୀତା ବିଵାହ କରିଵ ବୋଲି ରାଜା ଜନକ ଶପଥ କରିଥିଲେ ବହୁ ଦେଶରୁ ଵହୁ ରାଜା ସୀତାଙ୍କୁ ବିଵାହ କରିବା ପାଇଁ ଶିବଧନୁରେ ଗୁଣ ଚଢାଇବାକୁ ଆସି ଚଢାଇ ପାରି ଅପମାନିତ ହୋଇ ଫେରିଛନ୍ତି ରାଜା ଜନକଙ୍କ ମୁଖରୁ ଏସବୁ ଶୁଣି ମହର୍ଷି ବିଶ୍ଵାମିତ୍ର ହସି ହସି କହିଲେରାମ ଲକ୍ଷ୍ମଣ କେବଳ ଧନୁକୁ ଦେଖି ଚାଲିଯିବେ ଜନକ କହିଲେଧନୁ ଦିହେଁ ଦେଖନ୍ତୁ ଧନୁରେ ଯିଏ ଗୁଣ ଚଢେଇପାରିବ ମୁଁ ତାକୁ ସୀତାଙ୍କୁ ବିଭାଦେଵି ରାମ ଶିଵଧନୁ ପାଖକୁ ଯାଇ ଶିବଧନୁକୁ ଦେଖିଲେ କେବଳ ଦେଖିବା ପାଇଁ ବିଶ୍ଵାମିତ୍ରଙ୍କର ଆଦେଶ ଥିଲା ତହୁଁ ରାମଚନ୍ଦ୍ର ବିଶ୍ଵାମିତ୍ରଙ୍କୁ ବିନୟରେ କହିଲେଶିବଧନୁକୁ ମୁଁ ଆପଣଙ୍କ ଆଦେଶରେ ଦେଖିଲି ଆପଣ ଯଦି ଆଦେଶ ଦେବେ,ମୁଁ ଶିବଧନୁରେ ଗୁଣ ଚଢାଇବି ଏହା ଶୁଣି ବିଶ୍ଵାମିତ୍ର ତାହାହିଁ କରିବାକୁ ରାମଙ୍କୁ ଆଦେଶ ଦେବାରୁ ରାମ ଶିବଧନୁକୁ ଗୋଟିଏ ହାତରେ ଫୁଲପରି ଉପରକୁ ଟେକିଦେଲେ ଏହା ଦେଖି ସଭାସ୍ଥ ସବୁଲୋକ ଆଶ୍ଚର୍ଯ୍ୟ ହେଲେ ଘନଘନ କରତାଳି ଦେଇ ରାମଙ୍କ ପ୍ରତି ସେମାନେ ସମ୍ମାନ ପ୍ରକାଶ କଲେ ହାରିଯାଇଥିବା ରାଜାଯାକ ଜୋକ ମୁହଁରେ ଲୁଣ ଦେଲାପରି ସେଠାରେ ଧନୁକୁ ଲୁଚାଇ ବସିରହିଲେ ଶିବଧନୁରେ ଗୁଣ ସଂଯୋଗ କରିବା ପାଇଁ ରାମ ଧନୁକୁ ଧରି ଧନୁର ଗୁଣକୁ କାନପର୍ଯ୍ଯନ୍ତ ଓଟାରନ୍ତେ ଧନୁ ପ୍ରଚଣ୍ଡ ଶବ୍ଦ କରି ଦୁଇଖଣ୍ଡ ହୋଇଗଲା ସେହି ଶବ୍ଦରେ ସ୍ଵର୍ଗ,ମର୍ତ୍ତ୍ଯ,ପାତାଳ ତ୍ରିପୁର କମ୍ପିଗଲା

ସେହି ସଭାରେ କେବଳ ଜନକ,ବିଶ୍ଵାମିତ୍ର, ରାମ ଲକ୍ଷ୍ମଣଙ୍କୁ ଛାଡି ବାକୀ ସମସ୍ତେ ସେହି ଶବ୍ଦରେ ମୂର୍ଚ୍ଛିତ ହୋଇ ପଡିଗଲେ କିଛିକ୍ଷଣ ପରେ ସେମାନଙ୍କର ଚେତା ଫେରିଲା ଛାତ ଉପରେ ସୀତାଦେଵୀ ରାମଙ୍କ ଶିବଧନୁଭଙ୍ଗ ଦେଖି ଆନନ୍ଦରେ ଉତ୍ଫୁଲ ହେଲେ ଜନକ ନିଜକୁ ଅସୀମ ଭାଗ୍ଯବାନ ବୋଲି ମନେକଲେ