ରାଷ୍ଟ୍ରପତିଙ୍କର ଦିଲ୍ଲୀ ଏମ୍ସରେ ହେବ ବାଇପାସ୍ ସର୍ଜରୀ, ଓଡିଆ ଡାକ୍ତରଙ୍କ ଉପରେ ଗୁରୁଦାୟିତ୍ବ

ରାଷ୍ଟ୍ରପତିଙ୍କର ଦିଲ୍ଲୀ ଏମ୍ସରେ ହେବ ବାଇପାସ୍ ସର୍ଜରୀ, ଓଡିଆ ଡାକ୍ତରଙ୍କ ଉପରେ ଗୁରୁଦାୟିତ୍ବ
ରାଷ୍ଟ୍ରପତିଙ୍କର ଦିଲ୍ଲୀ ଏମ୍ସରେ ହେବ ବାଇପାସ୍ ସର୍ଜରୀ, ଓଡିଆ ଡାକ୍ତରଙ୍କ ଉପରେ ଗୁରୁଦାୟିତ୍ବ

ଦିଲ୍ଲୀ ଏମ୍ସରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ହେବ ବାଇପାସ୍ ସର୍ଜରୀ । ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କୁ ନିକଟରେ ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ମଙ୍ଗଳବାର ତାଙ୍କର ବାଇପାସ୍ ସର୍ଜରୀ କରାଯିବ ବୋଲି ଏମ୍ସ ପକ୍ଷରୁ ସୂଚନା ମିଳିଛି ।

ଉଲ୍ଲେଖଯୋଗ୍ୟ ଯେ, ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ଛାତିରେ ଯନ୍ତ୍ରଣା ହେବା ଯୋଗୁଁ ଶୁକ୍ରବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅଧିକ ଚିକିତ୍ସା ପାଇଁ ଆର୍ମି ହସ୍ପିଟାଲରୁ ତାଙ୍କୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ମାର୍ଚ୍ଚ ୨୭ ତାରିଖ ଅପରାହ୍ନରେ ତାଙ୍କୁ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବାଇପାସ୍ ସର୍ଜରୀର ଗୁରୁଦାୟିତ୍ବ ଏମ୍ସର ଓଡିଆ ଡାକ୍ତର ଅକ୍ଷୟ କୁମାର ବିଶୋୟୀଙ୍କ ଉପରେ ଥିବାର ସୂଚନା ରହିଛି ।