ରାସ୍ତାକଡ଼ରୁ ମହିଳାଙ୍କ ମୁଣ୍ଡ ବିହୀନ ଶବ ଉଦ୍ଧାର

ରାସ୍ତାକଡ଼ରୁ ମହିଳାଙ୍କ ମୁଣ୍ଡ ବିହୀନ ଶବ ଉଦ୍ଧାର
ରାସ୍ତାକଡ଼ରୁ ମହିଳାଙ୍କ ମୁଣ୍ଡ ବିହୀନ ଶବ ଉଦ୍ଧାର

ରାଜଧାନୀର ଉପକଣ୍ଠ ଅଞ୍ଚଳରେ ଆଜି ଏକ ବର୍ବର ହତ୍ୟାକାଣ୍ଡ ଦେଖିବାକୁ ମିଳିଛି। ଭୁବନେଶ୍ୱରର ଭରତପୁର-ଚନ୍ଦକା ରାସ୍ତାର ଦାଶପୁର ନିକଟ ରାସ୍ତା କଡ଼ ବୁଦାରୁ ଏକ ମହିଳାଙ୍କ ମୁଣ୍ଡ ବିହୀନ ମୃତ ଦେହ ଉଦ୍ଧାର ହୋଇଛି। ତେବେ ମହିଳା ଜଣଙ୍କର ପରିଚୟ ମିଳିପାରିନାହିଁ।

ଆଜି ପୂର୍ବାହ୍ଣରେ ସ୍ଥାନୀୟ ଲୋକେ ଶବଟିକୁ ଦେଖି ପୁଲିସକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ଚନ୍ଦକା ଆଇଆଇସି, ଡିସିପି ପହଞ୍ଚିଛନ୍ତି। ସେହିପରି ମୃତ ଶରୀର ମିଳିଥିବା ସ୍ଥାନରେ ମଦ ବୋତଲର ଭଙ୍ଗା କାଚ ଓ ମୁଣ୍ଡ କଟାଯାଇଥିବା ଛୁରା ମିଳିଛି। ଏନେଇ ସାଇଣ୍ଟିଫିକ ଟିମ ତଦନ୍ତ ପାଇଁ ଘଟଣାସ୍ଥଳକୁ ଆସୁଥିବା ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ଉକ୍ତ ମହିଳାଙ୍କ କଟା ମୁଣ୍ଡ ମିଳିନଥିବା ସୂଚନା ରହିଛି।