Saturday, February 14, 2026
30.7 C
Odisha

    ରାଜଧାନୀ ଭୁବନେଶ୍ୱରରେ କିନ୍ନରଙ୍କୁ ହତ୍ୟା, ସିସିଟିଭି ଯାଞ୍ଚ କରୁଛି ପୋଲିସ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ରାଜଧାନୀ ଭୁବନେଶ୍ୱରରେ କିନ୍ନରଙ୍କୁ ହତ୍ୟା । ଉତ୍ତରାକୌଶଲ୍ୟାଗଙ୍ଗ ନିକଟରେ ବୀଭତ୍ସ ହତ୍ୟାକାଣ୍ଡ। ଦୁର୍ବୃତ୍ତମାନେ ଜଣେ କିନ୍ନରଙ୍କୁ ଖିନଭିନ୍ କରି ହାଣି ହତ୍ୟା କରିଛନ୍ତି। ମୃତକ କିନ୍ନରଙ୍କ ନା ଅଞ୍ଜଳି। ତାଙ୍କ ଘର କଟକ ସାଲେପୁରରେ । ସେ ଭୁନେଶ୍ବରରେ ରହୁଥିଲେ। ଗତକାଲି ସନ୍ଧ୍ୟାରେ ଅଞ୍ଜଳିଙ୍କ ସହ କିଛି ଦୁର୍ବୃତ୍ତଙ୍କ ଯୁକ୍ତିତର୍କ ହୋଇଥିଲା । ଏହାକୁ ଅଞ୍ଜଳି ବିରୋଧ କରିବାରୁ ଦୁର୍ବୃତ୍ତମାନେ ଉତକ୍ଷିପ୍ତ ହୋଇ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ ।

    ଗୁରୁତର ଭାବେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି ପରେ ମୃତ ଘୋଷଣା କରାଯାଇଛି। ଘଟଣା ସ୍ଥଳରେ ପିପିଲି ଓ ଧଉଳି ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛନ୍ତି । ରାସ୍ତା ଉପରେ ଛୁରାମାଡ କରି ଦୁର୍ବୁତ୍ତ ଫେରାର ହୋଇଯାଇଛନ୍ତି । ଘଟଣାସ୍ଥଳରେ ସିସିଟିଭି ଯାଞ୍ଚ କରୁଛି ପୋଲିସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    30.7 ° C
    30.7 °
    30.7 °
    20 %
    4.2kmh
    23 %
    Sat
    31 °
    Sun
    33 °
    Mon
    34 °
    Tue
    34 °
    Wed
    35 °

    ସମ୍ବନ୍ଧିତ