Saturday, January 24, 2026
15.1 C
Odisha

    ରାଜ୍ୟର ସର୍ବକନିଷ୍ଠ ମହିଳା ପାଇଲଟ୍‌ ସମୀକ୍ଷା ସ୍ରୋତକୀର୍ତ୍ତି

    ଆଗକୁ ପଢନ୍ତୁ

    ଅନୁଗୋଳ : ଅନୁଗୋଳ ଜିଲ୍ଲା ସଦର ମହକୁମାକୁ ଛୁଉଁଥିବା ଗାଁ କାଙ୍ଗୁଲାର ଝିଅ ସମୀକ୍ଷା ସ୍ରୋତକୀର୍ତ୍ତି ଅନୁଗୁଳ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଦୃଢ଼ ଇଚ୍ଛାଶକ୍ତି ଓ ପରିଶ୍ରମ ବଳରେ ସେ ନିଜର ଲକ୍ଷ୍ୟସାଧନ କରିବାରେ ସଫଳ ହୋଇଛନ୍ତି। ୨୧ ବର୍ଷର ସମୀକ୍ଷା ନିକଟରେ ପାଇଲଟ ଭାବେ କୃତିତ୍ୱର ସହ ତାଲିମ ଶେଷ କରି ବିମାନ ଉଡ଼ାଇବାର ଲାଇସେନ୍ସପ୍ରାପ୍ତ ହୋଇପାରିଛନ୍ତି। ଆଗକୁ କ୍ୟାପଟେନ ହେବାକୁ ସେ ନିଜର ପ୍ରସ୍ତୁତି ଜାରି ରଖିଥିବା ପ୍ରକାଶ କରିଛନ୍ତି। ସେ ଆମ ରାଜ୍ୟର ସବୁଠାରୁ କମ୍‌ ବୟସର ମହିଳା ପାଇଲଟ ହୋଇ ପାରିଛନ୍ତି। ସମୀକ୍ଷାଙ୍କ ବାପା ସଞ୍ଜୟକୁମାର ବେହେରା ଏବଂ ମା’ ସରୋଜିନୀ ବାଘ। ଉଭୟ ପୁଲିସ ବିଭାଗରେ ଚାକିରି କରନ୍ତି। ପାଠପଢ଼ା ସହ ଇଂରାଜୀ ବକ୍ତୃତାରେ ପାରଙ୍ଗମ ସମୀକ୍ଷା ଜାତୀୟ ସ୍ପେଲ ବି ପ୍ରତିଯୋଗିତାରେ ରାଜ୍ୟରେ ତୃତୀୟ ସ୍ଥାନ ଅଧିକାର କରିବା ପରେ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ବିମାନରେ ଭୁବନେଶ୍ବରରୁ କୋଇମ୍ବାଟୁର ଯାତ୍ରା କରିଥିଲେ। ବିମାନରେ ବସିବା ପରେ ନିଜେ ଜଣେ ବିମାନ ଚାଳକ ହେବାକୁ ତାଙ୍କ ମଧ୍ୟରେ ଇଚ୍ଛା ଜାଗ୍ରତ ହୋଇଥିଲା। ନିଜେ ଇଣ୍ଟରନେଟରେ ସବୁକିଛି ଖୋଜାଖୋଜି କରି ଭୁବନେଶ୍ୱରସ୍ଥିତ ଗତି ସରକାରୀ ଏଭିଏସନ ଟ୍ରେନିଂ ଇନଷ୍ଟିଚ୍ୟୁଟରେ ନାମ ଲେଖାଇଲେ। ଏଥିପାଇଁ ଅବଶ୍ୟ ବହୁ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହେବାକୁ ପଡ଼ିଥିଲା ତାଙ୍କୁ। ପରେ ପ୍ରାକ୍ଟିକାଲ ପାଇଁ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବିରାଶିଳା ତାଲିମ କେନ୍ଦ୍ରକୁ ଆସି ସେଠାରେ ସଫଳତାର ସହ ତାଲିମ ଶେଷ କଲେ। ବିରାଶିଳାରେ ସିଙ୍ଗଲ ଇଞ୍ଜିନ ତାଲିମ ଶେଷ କରିବା ପରେ ପୁନେରେ ମଲ୍‌ଟି ଇଞ୍ଜିନ ଟ୍ରେନିଂ ଶେଷ କରିଥିଲେ। ୨୦୨୫ ଫେବୃଆରୀରେ ସମୀକ୍ଷା କମର୍ସିଆଲ ପାଇଲଟ ଲାଇସେନ୍ସ (ସିପିଏଲ)ହାସଲ କରିଥିଲେ। ଏବେ ସେ ସାରା ଓଡ଼ିଶାର ସର୍ବକନିଷ୍ଠ ମହିଳା ପାଇଲଟ ଭାବେ କୃତିତ୍ୱ ଅର୍ଜନ କରି ପାରିଛନ୍ତି। ରାଜ୍ୟର ସର୍ବକନିଷ୍ଠ ମହିଳା ପାଇଲଟ ଭାବେ ସେ ବର୍ତ୍ତମାନ ୨୦୦ ଘଣ୍ଟା ଉଡାଣ କରିବାକୁ ସକ୍ଷମ। ତାଲିମ ପରେ ୯ ହଜାର ୪୦୦ ଫୁଟ ଉଚ୍ଚତା ପର୍ଯ୍ୟନ୍ତ ବିମାନ ଉଡାଇଥିବା ପ୍ରକାଶ କରନ୍ତି ସମୀକ୍ଷା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    15.1 ° C
    15.1 °
    15.1 °
    78 %
    1.7kmh
    0 %
    Sat
    29 °
    Sun
    30 °
    Mon
    31 °
    Tue
    32 °
    Wed
    32 °

    ସମ୍ବନ୍ଧିତ