Tuesday, February 17, 2026
22.8 C
Odisha

    ରିଲିଜ ହେଲା ଓଡ଼ିଆ ଚଳଚ୍ଚିତ୍ର ‘ନାଲି ଚା’

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଚଳଚ୍ଚିତ୍ର ମାଧ୍ୟମରେ ଆଜିର ସମାଜକୁ ନୂଆ ବାର୍ତ୍ତା ଦେବା ଲକ୍ଷ୍ୟରେ ୟୁଟ୍ୟୁବରେ ରିଲିଜ ହୋଇଛି ଓଡ଼ିଆ ଚଳଚ୍ଚିତ୍ର ‘ନାଲି ଚା’ । ଭୁବନେଶ୍ୱର ସ୍ଥିତ ଓଡ଼ିଶୀ ଗବେଷଣା କେନ୍ଦ୍ରଠାରେ ଦ ନେକେଡ ଆଇ ପ୍ରଡକ୍ସନ ତରଫରୁ ରିଲିଜ ହୋଇଛି ଓଡ଼ିଆ ଚଳଚ୍ଚିତ୍ର ‘ନାଲି ଚା’। ସ୍ନେହାଶିଷ ଦାସଙ୍କ ନିର୍ଦ୍ଦେଶନାରେ ଏହି ଚଳଚ୍ଚିତ୍ରଟି ଓଡ଼ିଶାର ଗ୍ରାମୀଣ କାହାଣୀ ଏବଂ ସୋସିଆଲ ମିଡିଆର ପାଓ୍ୱାର ଉପରେ ପର୍ଯ୍ୟବେଷିତ । ଅଭିନେତା ସୋମେଶ ମହାନ୍ତି, ଅଭିନେତ୍ରୀ ଗାର୍ଗୀ ମହାନ୍ତି, ଅନୁଭା ସୌର୍ଯ୍ୟ, ଅଭିଷେକ ଗିରି, ଧରିତ୍ରୀ ଖଣ୍ଡୁଆଳ, ମମତା ତ୍ରିପାଠୀ, ପ୍ରସନ ମଞ୍ଜିରି ଦାସ, ସୁନୀଲ ପଟ୍ଟନାୟକ, ହିମାଂଶୁ, ଆଶିଷ, ରାଜେଶ, ଭୋଜରାଜ, ଶ୍ରୁତି ସୁଭଶ୍ରୀ, ପ୍ରଣବ ପ୍ରଶନ ରଥ ପ୍ରମୁଖ ଏହି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ପୂର୍ବରୁ ନାଲି ଚା ଚଳଚ୍ଚିତ୍ରର ଟ୍ରେଲର ଦର୍ଶକଙ୍କ ଲୋକପ୍ରିୟତା ସାଉଁଟିଛି । ଏବେ ଏହି ଚଳଚ୍ଚିତ୍ରକୁ ସାରା ବିଶ୍ୱରେ ଥିବା ଓଡ଼ିଆ ଦର୍ଶକ ବିନା ମୂଲ୍ୟରେ ଦେଖିପାରିବେ । ବଡ଼ ପରଦା ଅପେକ୍ଷା ଛୋଟ ପରଦାରେ ଦର୍ଶକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଦ ନେକେଡ ଆଇ ପ୍ରଡକ୍ସନ ଏଭଳି ଏକ ଅଭିନବ ପ୍ରୟାସ କରିଛି । ଡିଡିଟାଲ ଯୁଗରେ ଗ୍ରାମୀଣ ଯୁବକ ଯୁବତୀଙ୍କ ଉପରେ ସୋସିଆଲ ମିଡିଆର ପ୍ରଭାବ କିପରି ପଡ଼ିଛି, ତାହାକୁ ନେଇ ଏହି କାହାଣୀ । ଓଡ଼ିଆ ଦର୍ଶକଙ୍କୁ ଏକ ନୂଆ ଟ୍ୱିଷ୍ଟ ଦେବାରେ ଏହି ଚଳଚ୍ଚିତ୍ର ଏକ ମାଇଲଖୁଣ୍ଟ ହେବ ବୋଲି ନିର୍ଦ୍ଦେଶକ ସ୍ନେହାଶିଷ ଦାସ କହିଛନ୍ତି । ଗୁରୁପଦ ନାଥ ଏବଂ ଶୁଭଜିତ୍ ଆନନ୍ଦ ଚଳଚ୍ଚିତ୍ରର ପ୍ରଚାର ପ୍ରସାର ଦାୟିତ୍ୱରେ ଅଛନ୍ତି । ଡିଓପିରେ ଶ୍ରୀକାନ୍ତ ପଟ୍ଟନାୟକ, ସାଉଣ୍ଡରେ ପିୟୁଷ ପ୍ରଧାନ, ଭିଜୁଆଲ ଏଡିଟିଂରେ ରଶ୍ମିରଞ୍ଜନ ଦାସ, ସହ ନିର୍ଦ୍ଦେଶନାରେ ସୁରଜ ମହାପାତ୍ର ରହିଥିବାବେଳେ ମ୍ୟୁଜିକରେ ଶାନ୍ତନୁ ନାୟକ, ସଂଗୀତରେ ସନ୍ତୋଷ ନାୟକ, ଭୋକାଲିଷ୍ଟ କୁଲଦୀପ ପଟ୍ଟନାୟକ ପ୍ରମୁଖ ରହିଛନ୍ତି । କ୍ରିଏଟିଭ୍ ପ୍ରଡ୍ୟୁସର ଦିବ୍ୟ ଜୀବନ ମହାପାତ୍ର ରହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.8 ° C
    22.8 °
    22.8 °
    21 %
    1.6kmh
    0 %
    Tue
    25 °
    Wed
    33 °
    Thu
    34 °
    Fri
    36 °
    Sat
    37 °

    ସମ୍ବନ୍ଧିତ