ଲାଇଭ ଟିଭିରେ କରୋନା ଭ୍ୟାକ୍ସିନ ନେଲେ ବାଇଡନ

ଲାଇଭ ଟିଭିରେ କରୋନା ଭ୍ୟାକ୍ସିନ ନେଲେ ବାଇଡନ
ଲାଇଭ ଟିଭିରେ କରୋନା ଭ୍ୟାକ୍ସିନ ନେଲେ ବାଇଡନ

 ନୂଆଦିଲ୍ଲୀ: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୟ ବାଇଡନ ସାମାଜିକ ରୂପେ କରୋନା ଭ୍ୟାକ୍ସିନ ଲଗାଇଛନ୍ତି। ବାଇଡେନଙ୍କୁ ଭ୍ୟାକ୍ସିନ ଲଗାଇବା ସମୟରେ ଲାଇଭ ପ୍ରସାରଣ ମଧ୍ୟ କରାଯାଇଥିଲା। ବାଇଡେନଙ୍କୁ ଏବେ ଭ୍ୟାକ୍ସିନର ପ୍ରଥମ ଡୋଜ୍ ଦିଆଯାଇଥିବାବେଳେ କିଛିଦିନ ପରେ ଦ୍ୱିତୀୟ ଡୋଜ୍ ଦିଆଯିବ। ଏହି ସମୟରେ ଭ୍ୟାକ୍ସିନ ସମ୍ପୂର୍ଣ୍ଣ ରୂପେ ସୁରକ୍ଷିତ ବୋଲି ଆମେରିକାବାସୀଙ୍କୁ ବାଇଡେନ କହିଛନ୍ତି। ଏଥିସହିତ ବିନା କୌଣସି ଭୟରେ ଭ୍ୟାକ୍ସିନ ନେବା ପାଇଁ ବାଇଡେନ ଆମେରିକାବାସୀଙ୍କୁ ଆହ୍ୱାନ ଦେଇଛନ୍ତି।

ବାଇଡେନ କରୋନା ଭ୍ୟାକ୍ସିନର ପ୍ରଥମ ଡୋଜ୍ ନେବା ପରେ ଟ୍ୱିଟ୍ ମଧ୍ୟ କରିଛନ୍ତି। ଟ୍ୱିଟରେ ବାଇଡେନ ଲେଖିଛନ୍ତି ଯେ, ‘କରୋନା ମହାମାରୀରୁ ବଞ୍ôଚବା ପାଇଁ ବୈଜ୍ଞାନିକ ଓ ବିଶେଷଜ୍ଞମାନେ ଖୁବ୍ ପରିଶ୍ରମ କରିଛନ୍ତି ଯାହାକୁ ଆମେ କଦାପି ଭୁଲିପାରିବା ନାହିଁ। ଲୋକଙ୍କ ମଧ୍ୟରେ ଭ୍ୟାକ୍ସିନକୁ ନେଇ ବିଶ୍ୱାସ ଜାଗୃତ କରିବା ଉଦ୍ଦେଶ୍ୟରେ ଲାଇଭ ପ୍ରସାରଣ କରାଯାଇଛି।’