ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ଡ୍ରାଇଭର ଫେରାର

ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ଡ୍ରାଇଭର ଫେରାର
ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ଡ୍ରାଇଭର ଫେରାର

ଓଡ଼ିଶା ଆନ୍ଧ୍ରପ୍ରଦେଶରର ସୀମାନ୍ତରୁ ଛତିଶଗଡକୁ ଚୋରା  ଗଞ୍ଜେଇ ଚାଲଣ ବେଳେ ମାଡ଼ି ବସିଲା ପାଡ଼ୁଆ ପୋଲିସ। ଏକ ପିକ୍‌ଅପ ଭ୍ୟାନରେ ୨୩  ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି ପୋଲିସ। ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଏସପିଙ୍କ ନିର୍ଦ୍ଦେଶକ୍ରମେ ନନ୍ଦପୁର ଏସଡିପିଓଙ୍କ ନେତୃତ୍ବରେ ପଡୁଆ ଥାନା ଅଧିକାରୀ  ରାଇଶିଙ୍ଗ ଗ୍ରାମ ନିକଟରେ ପେଟ୍ରୋଲିଂ କରିଥିଲେ ।

 ଏହି ଅଞ୍ଚଳଟି ମାଓ ପ୍ରଭାବିତ ଏବଂ ଜଙ୍ଗଲପୂର୍ଣ୍ଣ  ଅଞ୍ଚଳ ହୋଇଥିବା ସତ୍ତ୍ବେ ପୋଲିସ  ଗଞ୍ଜେଇ ଚୋରା ଚାଲାଣ ରୋକିବା ପାଇଁ  ଏସଓପି  ପାଳନ କରି  ନାକା  ବନ୍ଦୀ କରିଥିଲା।ବାଲଡା  ଗ୍ରାମ  ଦେଇ ଦ୍ରୁତ ଗତିରେ ଆସୁଥିବା ଏକ ପିକଅଫ୍ ଭ୍ୟାନକୁ ପୋଲିସ  ଅଟକାଇବା ଦେଖି  ଅନ୍ଧାର  ଏବଂ   କୁହୁଡିର  ସୁଯୋଗ ନେଇ  ଜଙ୍ଗଲକୁ  ଗାଡି ଛାଡି  ଡ୍ରାଇଭର  ଫେରାର  ହୋଇଯାଇଛି।

ଜବତ ପିକଅପ ଭ୍ୟାନରେ ୧୧ଟି ବସ୍ତାରେ ୨   କ୍ଵିଣ୍ଟାଲ ୩୦ କେଜି  ଗଞ୍ଜେଇ ଥିଲା। ଏହାର ମୂଲ୍ୟ ପ୍ରାୟ ୨୩ ଲକ୍ଷରୁ ଊର୍ଦ୍ଧ ହେବବୋଲି ପୋଲିସ ସୂଚନା ଦେଇଛି।  ଗାଡିର  ମାଲିକ ନାମରେ  କେସ  ରୁଜୁ କରି ତଦନ୍ତ ଜାରି  ରହିଛି ।